ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅନର କିଲିଂ ସନ୍ଦେହ

ବାରିପଦା ,୧୨/୦୧: ( ସଂକେତ୍ ଟିଭି) ଏକ ଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଏହା ଏକ ଅନର କିଲିଂ ବୋଲି ସନ୍ଦେହ କରାଯାଉଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୁରଭଂଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ କାଙ୍କି ଗ୍ରାମରେ । ମୃତ ପ୍ରେମୀ ଯୁଗଳ ଦ୍ବୟ କାଙ୍କି ଗାଁର ମନମୋହନ ଟୁଡୁ ଓ ଘାଗରାସାହିର ସଞ୍ଜୁ ସୋରେନ ବୋଲି ଜଣାପଡିଛି।

ସୂଚନା ଅନୁସାରେ, ଏକ ମାସ ପୂର୍ବରୁ ମନମୋହନ ଓ ସଞ୍ଜୁ ଘରୁ ପଳାୟନ କରି ପ୍ରେମ ବିବାହ କରିଥିଲେ । ତେବେ ତିନିଦିନ ପୂର୍ବରୁ ସେମାନେ ଘରକୁ ଫେରିଥିବା ବେଳେ ନିଜ ନିଜ ଘରକୁ ଯାଇଥିଲେ। ଗତକାଲି ଅପରାହ୍ନରୁ ଦୁହେଁ ଘରୁ ବାହାରି ଯାଇଥିବା ବେଳେ ଆଜି ସେମାନଙ୍କ ଝୁଲନ୍ତା ମୃତଦେହ ବହଳଦା -ଝରାଡ଼ିହି ମୁଖ୍ୟ ରାସ୍ତା କଡ ଏକ ଗଛରେ ଦେଖିବାକୁ ମିଳିଛି। ସେପଟେ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିବା ବେଳେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ହାତ ବନ୍ଧା ହୋଇଥିବା ଯୋଗୁଁ କେହି ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ତେବେ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ୍ ଆସି ଅଧିକ ତଦନ୍ତ କରୁଥିବାର ସୂଚନା ମିଳିଛି। ତେବେ ବହଳଦା ପୋଲିସ ବାରିପଦାରୁ ସାଇଣ୍ଟିଫିକ ଟିମ୍ ସହିତ ତଦନ୍ତ କରୁଥିବାର ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *