ଝାରସୁଗୁଡା ବିମାନବନ୍ଦରରୁ ଆଜିଠାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଚଳାଚଳ କରିବ ବିମାନ

ଝାରସୁଗୁଡା ୧୨।୧: ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆଜିଠାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ବିମାନ ଚାଲିବ । ୧୮୯ ସିଟ୍ ବିଶିଷ୍ଟ ସ୍ପାଇସ୍ ଜେଟର ବୋଇଂ ବିମାନ ମଙ୍ଗଳବାର ଦିନ ସାଢେ ୧୨ଟାରେ ମୁମ୍ବାଇରୁ ଉଡାଣ ଭରି ଝାରସୁଗୁଡାରେ ପହଞ୍ଚିବ । ଝାରସୁଗୁଡାରେ ପହଞ୍ଚିବା ପରେ ଏଠାରେ ଯାତ୍ରୀମାନଙ୍କୁ ସ୍ବାଗତ କରାଯିବ ।

ସେହିପରି ସନ୍ଧ୍ୟା ୫ଟା ୪୦ମିନିଟରେ ବେଙ୍ଗାଲୁରୁରୁ ଆସି ଝାରସୁଗୁଡାରେ ପହଞ୍ଚିବା ପରେ ମୁମ୍ବାଇକୁ ପ୍ରଥମ ଉଡାଣ କରିବ । ସପ୍ତାହରେ ୪ ଦିନ ମଙ୍ଗଳବାର ଗୁରୁବାର, ଶନିବାର ଓ ରବିବାର ଦିନ ମୁମ୍ବାଇରୁ ଝାରସୁଗୁଡା ହୋଇ ବେଙ୍ଗାଲୁରୁକୁ ଓ ବେଙ୍ଗାଲୁରୁରୁ ଝାରସୁଗୁଡା ହୋଇ ମୁମ୍ବାଇକୁ ବିମାନ ଚଳାଚଳ କରିବ ବୋଲି ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଝାରସୁଗୁଡାରୁ ଦିଲ୍ଲୀ, କୋଲକାତା, ହାଇଦ୍ରାବାଦ, ଭୁବନେଶ୍ବରକୁ ବିମାନ ଚଳାଚଳ କରୁଛି ।

Leave a Reply

Your email address will not be published. Required fields are marked *