ବିବାହିତା ମହିଳାଙ୍କ ଗଳା କାଟି ବିଭତ୍ସ ହତ୍ୟା

ଭଦ୍ରକ ,୧୨/୦୧: ( ସୁନିଲ ଦତ୍ତ) ବିବାହିତା ମହିଳା ଙ୍କ ଗଳା କାଟି ବିଭତ୍ସ ହତ୍ୟା । ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ଥାନା ରହଣିଆ ପଂଚାୟତ ନୂଆପୋଖରୀ ଗାଁ ରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗତ କାଲି ସନ୍ଧ୍ୟା ଠାରୁ ଉକ୍ତ ଗାଁ ର ରାଧାରାଣୀ ମହାନ୍ତି ନାମକ ଜଣେ ମହିଳା କେଉଁ ଆଡେ ନିଖୋଜ ହୋଇ ଯାଇଥିଲେ । ତେବେ ଆଜି ସକାଳୁ ଗାଁ ପାଖ ଏକ ରାସ୍ତା କଡ଼ ରେ ତାଙ୍କ ମୃତ ଦେହ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ । ତେବେ ମହିଳା ଜଣଙ୍କ ତଣ୍ଟି କୁ କାଟି କେହି ହତ୍ୟା କରିଥିବା ଜଣାପଡିଛି । ଅନ୍ୟ ପକ୍ଷ ରେ ମୃତା ମହିଳାଙ୍କ ସ୍ୱାମୀ ନାରଣ ମହାନ୍ତି ଏହି ଘଟଣା ପରେ କେଉଁ ଆଡେ ଫେରାର ହୋଇ ଯାଇଛନ୍ତି । ମହିଳା ଜଣଙ୍କ ଆଜିକୁ 6 ବର୍ଷ ପୂର୍ବେ ନାରଣ ମହାନ୍ତି ଙ୍କୁ ବିବାହ କରିଥିଲେ । ତାଙ୍କର 5 ବର୍ଷ ର ଗୋଟିଏ ଝିଅ ଅଛି । ତେବେ କେଉଁ କାରଣରୁ ମହିଳା ଙ୍କୁ ଏଭଳି ବିଭତ୍ସ ହତ୍ୟା କରାଯାଇଛି, ତାହା ଜଣା ପଡ଼ିନାହିଁ । ଏହି ଖବର ପାଇ ଭଣ୍ଡାରିପୋଖରୀ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଟିକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣ ପାଇଁ ମହିଳା ଙ୍କ ଗଳା କାଟି ହତ୍ୟା କରାଯାଇଛି ତାହା ଜଣା ପଡି ନାହିଁ ।

Leave a Reply

Your email address will not be published. Required fields are marked *