ପୋଲିସକୁ ମାଡ ମାରିବା ସହ ପିସିଆର ଗାଡିକୁ ପୋଡିଦେଲେ ଗ୍ରାମବାସୀ

ଭଦ୍ରକ ୧୩।୧: ( ସୁନିଲ ଦତ୍ତ) ଭିନ୍ନକ୍ଷମଙ୍କ ମୃତ୍ୟୁକୁ ନେଇ ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଲ୍ଲୀନଗର ଛକରେ ତୁମୁଳକାଣ୍ଡ ଘଟିଛି । ଉତ୍ଯକ୍ତ ଲୋକେ ପୋଲିସକୁ ମାଡ଼ ମାରିବା ସହିତ ପିସିଆର୍ ଗାଡିକୁ ମଧ୍ଯ ଜାଳିଦେଇଥିବା ଅଭିଯୋଗ ହୋଇଛି ।

ସୂଚନାରୁ ପ୍ରକାଶ ଯେ, ତିହିଡ଼ି ଥାନା ହାତୁଆରି ଗାଁର ଜଣେ ମୂକ ଯୁବକ ବାପି ମହାଳିକ ଆଜି ତାଙ୍କ ଭଉଣୀ ଘରକୁ ଜିଝାରପୁରକୁ ଯାଇଥିଲେ। କୋଇଲା ଚୋରି ଅଭିଯୋଗରେ ତିହିଡ଼ି ଥାନା ପୁଲିସ ତାଙ୍କୁ ଆଜି ଗୋଡ଼ାଇ ଥିଲା। ଭୟଭୀତ ଅବସ୍ଥାରେ ପଳାଇ ଯାଉଥିବା ବେଳେ ବାପି ଅଲ୍ଲିନଗର ଛକରେ ଥିବା ଏକ ପଙ୍କୁଆ ପୋଖରୀରେ ପଡ଼ି ଯାଇଥିଲେ। ପରେ ପରିବାର ଲୋକେ ବାପିଙ୍କୁ ବହୁ ଖୋଜାଖୋଜି କରିବା ପରେ ବି ତାଙ୍କ‌ର କୌଣସି ସନ୍ଧାନ ମିଳି ନ ଥିଲା । ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ପୋଖରୀରୁ ବାପିଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏହାପରେ ସ୍ଥାନୀୟ ଲୋକ ବାପିଙ୍କ ମୃତଦେହ ରଖି ଭଦ୍ରକ-ଚାନ୍ଦବାଲି ରାସ୍ତା ଅବରୋଧ କରିଥିଲେ।

ସେହି ସମୟରେ ପୀରହାଟ ଥାନାର ପୋଲିସ ଭ୍ୟାନ ସେହି ବାଟ ଦେଇ ଯାଉଥିଲା। ଉତ୍ୟକ୍ତ ଲୋକେ ପୋଲିସ ଭ୍ୟାନକୁ ପୋଡ଼ି ଦେବା ସହିତ ସେଥିରେ ଥିବା ପୋଲିସ କର୍ମଚାରୀଙ୍କୁ ନିସ୍ତୁକ ପିଟିଥିଲେ। ସେଠାରେ ଥିବା ପୋଲିସ ଫୋର୍ସ ଉପରେ ମଧ୍ୟ ଟେକା ମାଡ଼ କରିଥିଲେ। ଭଦ୍ରକ ଅତିରିକ୍ତ ଏସପି ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲେ। ସେପଟେ ପୀରହାଟ ପୋଲିସ ଭ୍ୟାନ ରେ ଥିବା ଜଣେ ଦୁଷ୍କର୍ମ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *