ମହିଳାଙ୍କୁ ହତ୍ଯା କରି ଫୋପାଡି ଦେଲେ ପୋଖରୀରେ

ବାଲେଶ୍ବର ୧୩।୧: ( ସଂକେତ୍ ଟିଭି ) ବାଲେଶ୍ବର ସଦର ଥାନା ନଗ୍ରମ ଗ୍ରାମ ନିକଟରେ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ରାସ୍ତା ନିକଟରେ ଥିବା ପାଣି ପୋଖରୀ ଭିତରେ ଶବ ଭାସୁଥିବାର ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଶବ ପଡିଥିବା ପାଣି ନିକଟ ରାସ୍ତାରେ ରକ୍ତ ଚିହ୍ନ ରହିଛି । ଏହାକୁ ଏକ ହତ୍ଯାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ସେ ବିବାହିତା ମହିଳା, ତାଙ୍କ ନାମ ଶିବାନୀ ନାୟକ ଏବଂ ତାଙ୍କ ବାପ ଘର ରାଇସୁଆଁ ଗାଁରେ ବୋଲି ଜଣାପଡିଛି । ତେବେ ପୋଲିସ ଏନେଇ କୌଣସି ସୂଚନା ଦେଉନାହିଁ ।

Leave a Reply

Your email address will not be published. Required fields are marked *