ଦୋକାନର ଛପର ଭାଙ୍ଗି ଲୁଟି ନେଲେ ଲୁଟେରା

ସୋର ୧୩।୧: ( ସଂକେତ୍ ଟିଭି ) ବାଲେଶ୍ବର ଜିଲ୍ଲା ସୋର ଉତ୍ତରେଶ୍ବର ଗଳା ପୋଲ ନିକଟରେ ଥିବା ୩ ଟି ଦୋକାନର ଆଜଭେଷ୍ଟ ଛପର ଭାଙ୍ଗି ଲୁଟି ନେଲେ ଲୁଟେରା । ଖବର ନେବାରୁ ଜଣାପଡିଛି ଯେ ଉତ୍ତରେଶ୍ବର ଗଳା ପୋଲ ନିକଟରେ ଥିବା ଏକ ହାର୍ଡୱାର ଷ୍ଟୋର ରୁ କ୍ୟାସରେ ଥିବା ୮ ହଜାର ଟଙ୍କା, ତେଜରାତି ହୋଲସେଲ ଦୋକାନ ରୁ ୩୫ ହଜାର ଟଙ୍କାର ଦାମି ତେଜରାତି ଜିନିଷ ଓ ଅନ୍ୟ ଏକ ଭେରାଇଟ ଷ୍ଟୋର୍ ରୁ ୮ ହଜାର ଟଙ୍କା ଲୁଟି ନେଇଥିଲେ । ଆଜି ସକାଳେ ଦୋକାନ ଖୋଲିବା ପରେ ଦୋକାନରେ ଚୋରି ହୋଇଥିବା ଦୋକାନୀ ଜାଣିଥିଲେ । ଏନେଇ ସୋର ପୋଲିସ ଖବର ଦେଇଥିଲେ । ଖବର ପାଇ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *