ବାଇକ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଜଣ ଗୁରୁତର

ନୀଳଗିରି, ୧୩/୧: ( ସଂକେତ୍ ଟିଭି) ବାଇକ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଜଣ ଗୁରୁତର। ନୀଳଗିରି ଥାନା ଅଧୀନ ସନ୍ତରାଗଡିଆ ନିକଟ କାଇଁସପାଳ ଗ୍ରାମର କାର୍ତ୍ତିକ ଦେହୁରୀ ଓ ଦେବେନ୍ଦ୍ର ପାତ୍ର ବାଇକରେ ବାଲେଶ୍ବର ଜିଲ୍ଲା ନୀଳଗିରିରୁ ସନ୍ତରାଗଡ଼ିଆ ଯାଉଥିବା ସମୟରେ ମିରିଗିଣି ଛକରେ ଚାଲିକି ଯାଉଥିବା ମିରିଗିଣୀ ଗ୍ରାମର ଦେବାଶିଷ ଦ୍ବିବେଦିଙ୍କୁ ପଛରେ ଧକ୍କା ଦେଇଥିଲେ। ଦୁର୍ଘଟଣାରେ ଆହତ ତିନି ଜଣଙ୍କୁ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । କାର୍ତ୍ତିକଙ୍କର ମୃତ୍ଯୁ ଘଟିଥିବାବେଳେ ଦେବେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ଵର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପଟେ ଦେବାଶିଷଙ୍କୁ ନୀଳଗିରି ମେଡ଼ିକାଲରେ ଚିକିତ୍ସା ଚାଲିଥିବା ବେଳେ ନୀଳଗିରି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *