ଜଙ୍ଗଲି ବିଲେଇକୁ ବାଘ ଛୁଆ ଭାବି ଅଂଚଳବାସୀ ଆତଙ୍କିତ

ନୀଳଗିରି, ୧୩/୧: ( ସଂକେତ୍ ଟିଭି) ନୀଳଗିରି ଏନଏସି ଅଧିନ ମିରିଗିଣି ଅଞ୍ଚଳରେ ବୁଲୁଥିବା ଜଙ୍ଗଲି ବିଲେଇକୁ ବାଘ ଛୁଆ ଭାବି ଅଞ୍ଚଳବାସୀ ଛାନିଆ ହୋଇଛନ୍ତି। ପରେ ଏହି ଜନ୍ତୁଟିକୁ ବନବିଭାଗ ଉଦ୍ଧାର କରିଥିବା ଜଣାପଡିଛି।

ସୂଚନାଯୋଗ୍ୟ ନୀଳଗିରି ବଉଳଗଡ଼ିଆ ରାସ୍ତା ପାର୍ଶ୍ୱ ମିଗିଗିଣୀ ଅଂଚଳରେ ଥିବା ଏକ ଟାୟାର ଦୋକାନ ନିକଟରେ ଦୁଇଦିନ ଧରି ଏକ ଅଜଣା ଜନ୍ତୁ ଛୁଆ ବୋବାଉଥିବା ଶୁଣିବାକୁ ପାଇଥିଲେ। ଆଜି ଏକ ବୁଦା ମୂଳରେ ବାଘ ଛୁଆ ଭଳି ଦେଖାଯାଉଥିବା ଜନ୍ତୁଟିକୁ ଅଞ୍ଚଳବାସୀ ଉଦ୍ଧାର କରିଥିଲେ। ମୁହଁରେ ବଡ଼ ବଡ଼ ନିଶ ଥିବାବେଳେ ଗୋଡ଼ରେ ମଧ୍ୟ ବଡ଼ବଡ଼ ନଖ ଥିବାର ଦେଖାଯାଇଥିଲା। କୂଳଡିହା ଅଭୟାରଣ୍ୟ ନିକଟରେ ଏହି ଗାଁ ଥିବାରୁ ହୁଏତ ଜନ୍ତୁଟି ଖସି ଆସିପାରିଥାଏ ବୋଲି ଅନୁମାନ କରାଯାଉଥିଲା। ପରେ ନୀଳଗିରି ରେଞ୍ଜର ମନଓ୍ବର ଖାନ ଘଟଣା ସ୍ଥଳକୁ ଯାଇ ଜନ୍ତୁଟିକୁ ଉଦ୍ଧାର କରିଥିଲେ। ଜନ୍ତୁଟି ବାଘ ଛୁଆ ନୁହଁ ଏହା ଜଙ୍ଗଲୀ କ୍ୟାଟ ବୋଲି ସେ କହିଥିଲେ। ସେହି ଜଙ୍ଗଲି ବିଲେଇକୁ ନୀଳଗିରି ରେଞ୍ଜର କୂଳଡିହା ବନବିଭାଗ କୁ ହସ୍ତାନ୍ତର କରିବା ପରେ କୁଳଡିହା ରେଞ୍ଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଅଭୟାରଣ୍ୟ ରେ ଛାଡି ଦେଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *