ଗଛ କାଟୁଥିବା ବେଳେ ତଳକୁ ଖସି ପଡି ମୃତ୍ଯୁବରଣ କଲେ ଯୁବକ

ନୀଳଗିରି, ୧୩/୧: ( ସଂକେତ୍ ଟିଭି) ଗଛ କାଟୁଥିବା ବେଳେ ଅସାବଧାନତା କାରଣରୁ ତଳକୁ ଖସି ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି। ସୂଚନାଯୋଗ୍ୟ ଯେ, ନୀଳଗିରି ବ୍ଲକ ଅଧୁଆଁ ଗରଡ଼ିହି ପଞ୍ଚାୟତ ଅଧିନ ବନ୍ଧସାହି ଗାଁର ଭାଟୁ ସିଂଙ୍କ ପୁଅ ବାସୁଆ ସିଂ କଳାକାଦ ଅଂଚଳର ବାପୁଲୁ ମହାନ୍ତିଙ୍କ ବାଡିରେ ଗଛ କାଟୁଥିଲେ। ଡାଳ ଟି ଆସି ତାଙ୍କ ଦେହରେ ପିଟିଯିବାରୁ ସେ ଗଛ ତଳକୁ ଖସି ପଡ଼ିଥିଲେ। ଗୁରୁତର ଭାବେ ତାଙ୍କୁ ନୀଳଗିରି ହସ୍ପିଟାଲ ରେ ଭର୍ତି କରା ଯିବା ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *