ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୨୨ କୋଭିଡ୍ ସଂକ୍ରମିତ

ଭୁବନେଶ୍ବର ୧୪।୦୧: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୭ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୯୫ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୨୭୬୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରୁ ୨୮ଜଣ, ବାଲେଶ୍ୱର ଜିଲ୍ଲାରୁ ୭ଜଣ, ବରଗଡ଼ ଜିଲ୍ଲାରୁ ୨୨ଜଣ, ଭଦ୍ରକ ଜିଲ୍ଲାରୁ ୫ଜଣ, ବଲାଙ୍ଗୀର ଜିଲ୍ଲାରୁ ୩ଜଣ, ବୌଦ୍ଧ ଜିଲ୍ଲାରୁ ୩ଜଣ, କଟକ ଜିଲ୍ଲାରୁ ୮ଜଣ, ଦେଓଗଡ଼ ଜିଲ୍ଲାରୁ ଜଣେ, ଗଜପତି ଜିଲ୍ଲାରୁ ୩ଜଣ, ଜଗତସିଂହପୁର ଜିଲ୍ଲାରୁ ଜଣେ, ଯାଜପୁର ଜିଲ୍ଲାରୁ ୯ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୩ଜଣ, କଳାହାଣ୍ଡି ଜିଲ୍ଲାରୁ ଜଣେ, କେନ୍ଦୁଝର ଜିଲ୍ଲାରୁ ୫ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୨ଜଣ, କୋରାପୁଟ ଜିଲ୍ଲାରୁ ଜଣେ, ମୟୁରଭଞ୍ଜ ଜିଲ୍ଲାରୁ ୬ଜଣ, ନୟାଗଡ଼ ଜିଲ୍ଲାରୁ ୮ଜଣ, ପୁରୀ ଜିଲ୍ଲାରୁ ୧୫ଜଣ, ସମ୍ବଲପୁର ଜିଲ୍ଲାରୁ ୨୧ଜଣ, ସୋନପୁର ଜିଲ୍ଲାରୁ ୫ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୪ଜଣ, ଷ୍ଟେଟ୍‌ ପୁଲ୍‌ରୁ ୩ଜଣ ରହିଛନ୍ତି ।

Leave a Reply

Your email address will not be published. Required fields are marked *