ବେଆଇନ ଗୋଚାଲାଣ ହେଉଥିବା ବେଳେ କଣ୍ଟେନର ଟ୍ରକ ଜବତ, ୫୬ ଗୋରୁ ଉଦ୍ଧାର

ସୋର ୧୪।୧: ( ସଂକେତ୍ ଟିଭି) ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଶେରଗଡ ଟୋଲ ଗେଟ୍ ନିକଟରୁ ଖନ୍ତାପଡା ପୋଲିସ ଚଢାଉ କରି ବେଆଇନ ଭାବେ ଚାଲାଣ ହେଉଥିବା ଗୋରୁ ବୋଝେଇ କଣ୍ଟେନର ଜବତ କରିଛି । ଏହା ସହିତ ସେଥିରେ ଥିବା ୫୬ଟି ଗୋରୁ ଉଦ୍ଧାର କରିବା ସହ ୨ ଜଣକୁ ଅଟକ ରଖାଯାଇଛି ।

ସୂଚନାରୁ ପ୍ରକାଶ ଯେ, ଭଦ୍ରକରୁ କଲିକତା ଅଭିମୁଖେ ବେଆଇନ ଭାବେ ଏକ କଣ୍ଟେନର୍ ରେ ଗୋରୁ ଚାଲାଣ ହେଉଥିବା ଖନ୍ତାପଡା ପୋଲିସ ଖବର ପାଇଥିଲେ । ଖବର ପାଇ ଶେରଗଡ ଟୋଲଗେଟ୍ ନିକଟରେ ଏକ କଣ୍ଟେନର କୁ ଅଟକାଇ ଯାଞ୍ଚ୍ କରାଯିବାରୁ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ଜଣାପଡିଥିଲା । ସେହି କଣ୍ଟେନରରୁ ୫୬ ଟି ଗୋରୁଙ୍କୁ ଉଦ୍ଧାର କରି କଣ୍ଟେନରକୁ ଜବତ କରିବା ସହିତ ଡ୍ରାଇଭର୍ ଓ ହେଲ୍ପରକୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି ।

Leave a Reply

Your email address will not be published. Required fields are marked *