ମକର ସଂକ୍ରାନ୍ତିରେ ବୁଡ ପକାଇବାକୁ ଯାଇଥିବା ଯୁବତୀଙ୍କୁ ଦୁଷ୍କର୍ମ, ୨ ଅଭିଯୁକ୍ତ ଗିରଫ

ବାରିପଦା ୧୪।୧: ( ସଂକେତ୍ ଟିଭି )ବାରିପଦା କାଳିକାପୁରରେ ମକର ସଂକ୍ରାନ୍ତିରେ ବୁଡ ପକାଇବାକୁ ଯାଇଥିବା ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ବାରିପଦା ଟାଉନଥାନା ପୋଲିସ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ କାଳିଆକାପୁର ଅଞ୍ଚଳରେ ଭୋରରେ ମକର ପର୍ବ ପାଳନ ସମୟରେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ପୀଡିତାଙ୍କୁ ତାଙ୍କର ଦୁଇ ଜଣ ପଡୋଶୀ ବଳପୂର୍ବକ ନଦୀ କୂଳରେ ନେଇ ଯାଇଥିଲେ । ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ସେଠାରୁ ପୀଡିତା ଜଣଙ୍କ କୌଶଳକ୍ରମେ ଖସି ଆସିଥିଲେ । ଘରକୁ ଫେରି ନିଜ ବଡ ଭଉଣୀଙ୍କୁ ପୁରା ଘଟଣା ବିଷୟରେ ଜଣାଇଲେ ।

ଏନେଇ ବାରିପଦା ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଦୁଇ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ସୂଚନା ଦେଇଛନ୍ତି ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି । ଦୁଷ୍କର୍ମକାରୀ ଦୁଇ ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଛି ।

Leave a Reply

Your email address will not be published. Required fields are marked *