ହେଲମେଟ୍ ଚେକିଂ ବେଳେ ପୋଲିସ ମାଡରେ ବାଇକ ଚାଳକ ରକ୍ତାକ୍ତ

ମୟୁରଭଞ୍ଜ ୧୪।୧: ( ସଂକେତ୍ ଟିଭି) ହେଲମେଟ୍ ଚେକିଂ ନାଁରେ ହେଉଛି ପୋଲିସର ଜୁଲମ । ଗାଡି ଚେକିଂ ବେଳେ ଅମାନିଆଙ୍କୁ ଫାଇନ୍ ବଦଳରେ ମିଳୁଛି ମାଡ। ପୋଲିସ ମାଡରେ ଅମାନିଆ ରକ୍ତାକ୍ତ ହେବା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଏପରି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଜାମଦା ଥାନା ଅଞ୍ଚଳରେ ।

ସୂଚନା ଅନୁଯାୟୀ ଆଜି ମୟୂରଭଞ୍ଜ ଜିଲ୍ଲାର ଗଣପର୍ବ ମକର ପର୍ବ ଅବସରରେ ଜାମଦା ଥାନା ପାସନା ଗାଁର ଲୁଗୁ ହାଁସଦା ନାମକ ଏକ ଆଦିବାସୀ ଯୁବକ ଜାମଦା ବଜାରକୁ ମକର ପର୍ବ ପାଇଁ ପରିବା ବିକ୍ରି କରିବାକୁ ଆସିଥିଲେ । ପୋଲିସର ହେଲମେଟ ଚେକିଂ ଚାଲିଥିଲାବେଳେ ଯୁବକ ଜଣକ ହେଲମେଟ ପିନ୍ଧିନଥିବା ବେଳେ ପୋଲିସ ନିକଟରେ ଅଟକିବାରେ ବିଳମ୍ବ କରିଥିଲେ । ଏହା ପରେ ପୁଲିସ କର୍ମୀଙ୍କ ଲାଠି ମାଡରେ ଯୁବକ ଜଣକ ରକ୍ତାକ୍ତ ହୋଇଥିଲେ ।

ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଫାଇନ ବଦଳରେ ପୋଲିସର ଜୁଲୁମକୁ ବିରୋଧ କରି ସ୍ଥାନୀୟ ଲୋକେ ଜାମଦା ଥାନା ଘେରାଉ କରିଥିଲେ । ଆହତ ଯୁବକକୁ ବୁଝାସୁଝା କରି ଜାମଦା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ପୋଲିସର ଏପରି କାର୍ଯ୍ୟାନୁଷ୍ଠାନକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ପୋଲିସ କର୍ମଚାରୀଙ୍କୁ ଚେକିଂ ସମୟରେ ମାଡ଼ ମାରିବାକୁ କିଏ ଅଧିକାର ଦେଲା ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *