ହାର୍ଦ୍ଦିକ ଓ କୁନାଲଙ୍କ ପିତାଙ୍କ ଦେହାନ୍ତ, ଶୋକବ୍ୟକ୍ତ କଲେ ସଚିନ, କୋହଲି
ନୂଆଦିଲ୍ଲୀ ,୧୬/୦୧: ଟିମ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ଓ କୁନାଲ ପାଣ୍ଡ୍ୟା ପିତା ହିମାଂଶୁ ପାଣ୍ଡ୍ୟାଙ୍କର ହଠାତ ହୃଦଘାତରେ ଦେହାନ୍ତ ହୋଇଛି। ଆଜି ସକାଳେ ମୃତ୍ୟୁ ଘଟିଥିବାବେଳେ ଦୁଇ ଭାଇ ଏପରି ମୁହୁର୍ତ୍ତରେ ମ୍ରିୟମାଣ ହୋଇପଡିଛନ୍ତି ।
ପିତାଙ୍କ ନିଧନ ଖବର ଶୁଣି ପାଣ୍ଡ୍ୟା ବ୍ରଦର୍ସ ମୁସ୍ତାକ ଅଲ୍ଲୀ ଟି୨୦ରୁ ନିଜ ନାଁ ହଟାଇ ଦେଇଛନ୍ତି। କୄଣାଲ ପାଣ୍ଡ୍ୟା ସୈୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟରେ ବରୋଦାରାର ଅଧିନାୟକତ୍ୱ କରୁଥିଲେ। ତାଙ୍କୁ ୩ଟି ମ୍ୟାଚ୍ ଖେଳିବାକୁ ମନୋନୀତ କରାଯାଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ ନିଜ ଘରେ ହିଁ ଥିଲେ। ଆସନ୍ତା ମାସରେ ଇଂଲଣ୍ଡ ବିପକ୍ଷରେ ହେବାକୁଥିବା ସିରିଜ ପାଇଁ ସେ ପ୍ରସ୍ତୁତି କରୁଥିଲେ।
ସେପଟେ ହାର୍ଦ୍ଦିକ ଓ କୁନାଲ ପାଣ୍ଡ୍ୟା ପିତାଙ୍କ ଦେହାନ୍ତରେ ଶୋକସନ୍ତପ୍ତ ବାର୍ତ୍ତା ଜଣାଇଛନ୍ତି ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହୋଲି । ଟ୍ୱିଟ କରି କୋହୋଲି କହିଛନ୍ତି, ହାର୍ଦ୍ଦିକ ଓ କୁନାଲ ପିତାଙ୍କ ଦେହାନ୍ତ ବ୍ୟକ୍ତିଗତ ଭାବେ ମୋତେ ଆଘାତ ଦେଇଛି । ତାଙ୍କ ସହ ମୁଁ ଦୁଇ ଥର ସାକ୍ଷାତ କରିଛି । ଶାନ୍ତ ଏବଂ ସରଳ ସ୍ୱଭାବର ମଣିଷ ବୋଲି ଉଲ୍ଲେଖ କରିଛନ୍ତି ଭାରତୀୟ ଦଳର ଅଧିନାୟକ ।
ସଚିନ ଲେଖିଛନ୍ତି. “ହାର୍ଦ୍ଦିକ ପାଣ୍ଡ୍ୟା ଓ କୄଣାଲ ପାଣ୍ଡ୍ୟାଙ୍କ ପିତାଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ମୋ ସମବେଦନା ପାଣ୍ଡ୍ୟା ପରିବାର ସହ ରହିଛି। ଏହିଭଳି ମୁସକିଲ ସମୟର ସାମ୍ନା କରିବାକୁ ପାଣ୍ଡ୍ୟା ବ୍ରଦର୍ସଙ୍କୁ ସାହସ ମିଳୁ”