୧୦ ଫୁଟ ତଳକୁ ଓଲଟିଲା ଟ୍ରାକ୍ଟର, ଇଞ୍ଜିନ ତଳେ ଚାପି ହୋଇ ରହିଲେ ଡ୍ରାଇଭର

ବାଲିଆପାଳ ୧୬।୧: ( ଉମାକାନ୍ତ ନାୟକ) ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ସିମୁଳିଆ ବଜାର ନିକଟରେ ବାଲି ବୋଝେଇ ଟ୍ରାକ୍ଟର ରାସ୍ତା ତଳକୁ ଓଲଟିପଡିଛି । ଦୁର୍ଘଟଣା ଫଳରେ ଡ୍ରାଇଭର ଜଣଙ୍କ ଇଞ୍ଜିନ ତଳେ ଚାପି ହୋଇ ରହିଯାଇଥିଲେ । ଦମକଳ ବାହିନୀ କର୍ମଚାରୀ ଉଦ୍ଧାର କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଶନିବାର ସକାଳେ ସ୍ଥାନୀୟ ଆଠବାଟିଆ ଗ୍ରାମର ବୟ ପାତ୍ରଙ୍କ ପୁଅ ସାହେବ ପାତ୍ର ଟ୍ରାକ୍ଟରରେ ବାଲି ବୋଝେଇ କରି ନେଇ ଯାଉଥିଲେ । ସିମୁଳିଆ ବଜାର ନିକଟ ରାସ୍ତାରେ ଯାଉଥିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ୧୦ ଫୁଟ ରାସ୍ତା ତଳେ ଥିବା ଖାଲ ଭିତରକୁ ଖସି ପଡିଥିଲା । ଦୁର୍ଭାଗ୍ୟ ବଶତଃ ଡ୍ରାଇଭର ସାହେବ ଇଞ୍ଜିନ ତଳେ ରହିଯାଇଥିଲେ । ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ଦମକଳ ବାହିନୀ କର୍ମତାରୀ ଉଦ୍ଧାର କରିଛନ୍ତି ।

Leave a Reply

Your email address will not be published. Required fields are marked *