ଜାଣନ୍ତୁ, କେଉଁ ଓଡିଆ ସିଙ୍ଗର ଗୋଟିଏ ଗୀତ ଗାଇବା ପାଇଁ କେତେ ଟଙ୍କା ନିଅନ୍ତି…

କଟକ : ( ପୂର୍ଣ୍ଣେନ୍ଦୁ ପ୍ରଧାନ) ଆମର ଓଡିଶାର କଣ୍ଠଶିଳ୍ପୀମାନେ ଗୋଟିଏ ଗୋଟିଏ ଗୀତ ଗାଇବା ପାଇଁ କେତେ ଟଙ୍କା ପାରିଶ୍ରମିକ ନେଇଥାନ୍ତି । ଆସନ୍ତୁ ଜାଣିବା –

ଅମ୍ରିତା ନାୟକ: ଅମ୍ରିତା ସେମିତିରେ କେମିତି ଭୁଲିବି ଏହି ଅଭୁଲା ଦିନରୁ ନିଜ କ୍ଯାରିଅର ଆରମ୍ଭ କରିଥିଲେ । ସେ ବର୍ତ୍ତମାନ ସମୟରେ ଗୋଟିଏ ଗୀତ ଗାଇବା ପାଇଁ 5 ରୁ 8 ହଜାର ଟଙ୍କା ପର୍ଯ୍ୟନ୍ତ ସେ ଚାର୍ଜ କରନ୍ତି । ସେ ଓଲିଉଡରେ ସବୁଠାରୁ ଲୋକପ୍ରିୟ କଣ୍ଠଶିଳ୍ପୀ ଭାବେ ପରିଚିତ । ସେ ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ଯ ନିଜକୁ ପରିଚିତ କରାଇଛନ୍ତି । ମେଗା ରିଅଲଟି ସୋ ରେ ଭାଗ ନେଇ ସେ ସାରା ଭାରତରେ ପ୍ରସିଦ୍ଧ ଲାଭ କରିଛନ୍ତି ।

ମଂଟୁ ଛୁରିଆ : ସମ୍ବଲପୁରୀ ଗୀତ ସମ୍ୱଲପୁରିଆ ବାବୁ ଗୀତ ଗାଇ ନିଜକୁ ବେଶ୍ ପରିଚିତ ହୋଇଥିବା ମଂଟୁ ଛୁରିଆ ଏବେ ଓଡିଆ ଇଣ୍ଡଷ୍ଚ୍ରୀ ରେ ମଧ୍ଯ ନିଜର ଟେଲେଣ୍ଟର ଛାପ ଛାଡିସାରିଛନ୍ତି । ଏହି ଗାୟକ ପ୍ରତି ଗୀତ ଗାଇବା ପାଇଁ 8 ରୁ 10 ହଜାର ଟଙ୍କା ପର୍ଯ୍ୟନ୍ତ ନେଇ ଥାନ୍ତି ।

ଦିପ୍ତି ରେଖା : ପ୍ରଥମେ ରାଜ କନ୍ୟା ସିରିଏଲ ରୁ ନିଜର କେରିଅର ଆରମ୍ଭ କରି ଥିବା ବେଳେ ପରେ ସେ ସଂଙ୍ଗୀତ ଲାଇନ୍ କୁ ଆସିବା ପାଇଁ ପସନ୍ଦ କରି ଥିବା ଏହି ଗାୟକ ତାଙ୍କର ପ୍ରତ୍ୟେକ ଗୀତ ର ରେକର୍ଡିଂ ପାଇଁ 8 ରୁ 10 ହଜାର ପର୍ଯ୍ୟନ୍ତ ଟଙ୍କା ସେ ନେଇ ଥାନ୍ତି ।

ହ୍ଯୁମେନ ସାଗର : ଓଡିଶାର ଅରିଜିତ୍ ସିଂ କୁହାଯାଉଥିବା ହ୍ଯୁମାନ ସାଗରେ ଆଜିର ଦିନରେ ଟପ୍ ଲେବୁଲ ଓଡିଆ ସିଂଗର ଅଟନ୍ତି । ତାଙ୍କର ବହୁ ଗୀତ ବେଶ୍ ଲୋକପ୍ରିୟ ହୋଇପାରିଛି । ସେ ପ୍ରତ୍ୟେକ ଗୀତ ପାଇଁ 10 ରୁ 15 ହଜାର ନିଅନ୍ତି ।

କୁଲଦୀପ ପଟ୍ଟନାୟକ : ବଲିଉଡର ମେଗା ରିଅଲିଟ ସୋ ଭୟସ ଅଫ ଇଣ୍ଡିଆରେ ନିଜର ଅଲଗା ପରିଚୟ ସୃଷ୍ଟି କରିବା ପରେ ଓଡିଆ ଇଣ୍ଡଷ୍ଟ୍ରିରେ ଏବେ ଧମାଲ କରୁଛନ୍ତି କୁଲଦିପ । ସେ ଗୋଟେ ଗୀତ ଗାଇବା ପାଇଁ ପାଖା ପାଖି 6 ରୁ 8 ହଜର ଟଙ୍କା ନେଇଥାନ୍ତି ।

ଅସିମା ପଣ୍ଡା: ଢେଙ୍କାନାଳ ଜିଲ୍ଲାର 36 ବର୍ଷିୟା ଗାୟିକା ଅସିମା ପ୍ରଥମେ ଭଜନରୁ ନିଜ କ୍ଯାରିଆର ଆରମ୍ଭ କରିଥିଲେ । ବର୍ତମାନ ସମୟରେ ସେ ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ଗୋଟିଏ ସ୍ୱନ୍ତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଅସିମା ଗୋଟିଏ ଫିଲ୍ମ ଗୀତ ପାଇଁ 8 ରୁ 10 ହଜାର ଡିମାଣ୍ଡ କରନ୍ତି ।

Leave a Reply

Your email address will not be published. Required fields are marked *