ଗାଡି ଯାଞ୍ଚ କରୁଥିବା ସମୟରେ ବାଇକ୍ ଚାଳକଙ୍କୁ ଠେଲି ଦେଲେ ଆରଟିଓ !

ରେମୁଣା ୧୯/୧: ( ସଂକେତ୍ ଟିଭି) ବାଲେଶ୍ବର ଜିଲ୍ଲା ରେମୁଣାରେ ସଡକ ସୁରକ୍ଷା ପାଳନ ହେଉଥିବା ସମୟରେ ଆରଟିଓ ବାଇକ୍ ଚାଳକଙ୍କୁ ଠେଲି ଦେଇଥିବା ଅଭିଯୋଗ ହୋଇଛି । ଏଥିରେ ତିନି ଜଣ ଯୁବକ ଆହତ ହୋଇଥିବାବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ କେନ୍ଦ୍ର କରି ରେମୁଣା ମନ୍ଦିର ଛକରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।

ସୂଚନା ଅନୁସାରେ, ଚଳିତ ମାସ 17 ତାରିଖରୁ ସାରା ରାଜ୍ଯରେ ସଡକ ସୁରକ୍ଷା ମାସ ପାଳନ କରାଯାଉଛି । ଆଜି ଅପରାହ୍ନରେ ଆରଟିଓ ରଶ୍ମୀରଞ୍ଜିତ ଦଳବେହେରା, ଏମଭିଆଇ ବିଶ୍ବଜିତ୍ ଦାସ , ରୋଡ ସେଫ୍ଟି ଅଫିସର ରଶ୍ମୀତା ମଲ୍ଲିକ ପ୍ରମୁଖ ସଦଳବଳେ ରେମୁଣା ମନ୍ଦିର ଛକ ନିକଟରେ ବାଇକ ଏବଂ ଗାଡିମଟର ଯାଞ୍ଚ କରୁଥିଲେ । ହେଲମେଟ ଓ କାଗଜ ପତ୍ର ଆଜି ଯାଞ୍ଚ ସମୟରେ କେତେକଙ୍କୁ ଫାଇନ ମଧ୍ଯ କରାଯାଇଥିଲା । ସନ୍ଧ୍ଯା 5ଟା ସମୟରେ ରେମୁଣା ଗୋଲେଇ ଆଡୁ ଗୋଟିଏ ବାଇକରେ ତିନି ଜଣ ଯୁବକ କ୍ଷୀରଚୋରା ମନ୍ଦିର ଆଡକୁ ଯାଉଥିବାବେଳେ ଆରଟିଓ ତାଙ୍କୁ ଗୋଡାଇ ଧରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ସେମାନଙ୍କୁ ଧରିବାକୁ ଯାଇ ସେ ବାଇକ୍ ଚାଳକ ଓ ଆରୋହୀଙ୍କୁ ଠେଲି ଦେଇଥିଲେ । ଫଳରେ ସେମାନେ ତଳେ ପଡି ଗୁରୁତର ହୋଇଥିଲେ । ସେମାନଙ୍କ ମଧ୍ଯରୁ ଜଣେ ବାଲିପାଳ ବାହାର୍ଦ୍ଦାର ଦୁର୍ଯ୍ଯୋଧନ ଦାସ (40)ଙ୍କର ମୁଣ୍ଡ ଓ ମୁହଁରେ ମାଡ ହୋଇଥିବାବେଳେ ବାପି ଦାସଙ୍କର ଗୋଡ ଆଘାତ ପ୍ରାପ୍ତ ହୋଇଛି । ସେହି ସମୟରେ ରାସ୍ତାରେ ପାରି ହେଉଥିବା କଣ୍ଟାବଣିଆ ଗାଁର ଗଣେଶ୍ବର ମଣ୍ଡଳ (36) ମଧ୍ଯ ଆହତ ହୋଇଛନ୍ତି ।

ଏହାକି ନିୟମ, ଲୋକଙ୍କ ଜୀବନ ଯାଇଥିଲେ କିଏ ଦାୟୀ ହୋଇଥାନ୍ତା ବୋଲି ଲୋକେ ପ୍ରଶ୍ନ କରି ଉତ୍ଯକ୍ତ ଲୋକେ ଆରଟିଓଙ୍କୁ ଘେରାଓ କରିଥିଲେ । ସଡକ ସୁରକ୍ଷା ସପ୍ତାହ ପାଳନ କରିବା କେବଳ ପରିବହନ ବିଭାଗ ପାଇଁ ଏକ ଫେସନ ହୋଇଥିବାବେଳେ ଗାଡି ମଟର ଯାଞ୍ଚ ଆଳରେ ବହୁ ସ୍ଥାନରେ ଲୋକଙ୍କୁ ହଇରାଣ କରାଯାଉଥିବା ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *