ରାଜ୍ୟ ସରକାର ଆରମ୍ଭ କଲେ ଇକୋ ଭିଲେଜ୍‌ ଯୋଜନା

ଭୂବନେଶ୍ବର ୨୦।୧: ( ସଂକେତ ଟିଭି ) ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ରାଜ୍ଯ ସରକାର ଇକୋ ଭିଲେଜ୍‌ ଯୋଜନା ଆରମ୍ଭ କରିଛନ୍ତି । ଗ୍ରାମାଞ୍ଚଳ ଲୋକଙ୍କୁ ସିଧାସଳଖ ଏହି ପ୍ରକ୍ରିୟାରେ ସାମିଲ କରିବା ପାଇଁ ଏହି କମ୍ୟୁନିଟି ଡ୍ରିଭେନ ଟୁରିଜିମ୍‌ ଇନିସିଏଟିଭ୍‌ ଆରମ୍ଭ ହୋଇଛି । ଏହି ଯୋଜନାର ନାଁ ରହିଛି ‘ଇକୋ ଭିଲେଜ’ ।

ସାତକୋଶିଆ ମହାନଦୀ ଅବବାହିକାରେ ଇକୋ ଭିଲେଜ ଆକାରରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ବାଲିପୁଟ ଅଂଚଳର ବହୁ ଯୁବକ ସାମିଲ ହୋଇଛନ୍ତି । ଇକୋ ଭିଲେଜରେ ରହିବ ୭ଟି ଟେଣ୍ଟ, ଯେଉଁଥିରେ ୨୭ଟି ରୁମ୍‌, ମିନି କନଫରେନସ୍‌ ହଲ୍‌ ଡର୍ମିଟୋରୀ ମଧ୍ୟ ରହିଛି । ଜିଲ୍ଲା ପ୍ରଶାସନ ସହାୟତାରେ ଲୋକେ ଏହାକୁ ଚଳାଇବା ସହ ଆଗକୁ ସାରା ରାଜ୍ୟରେ ଏହି କାର୍ଯ୍ୟକ୍ରମ କରାଯିବା ବୋଲି ଲକ୍ଷ୍ୟ ରଖାଯାଇଛି ।

ଏହି ଯୋଜନାରେ ନିମ୍ନ ଓ ମଧ୍ୟବିତ୍ତ ବର୍ଗର ଲୋକେ ଯୋଡି ହୋଇପାରିବେ । ଏଠାରେ ବଣଭୋଜି ସେଣ୍ଟର କରାଯାଇଛି । ସାଧାରଣ ଲୋକେ ଅଳ୍ପ ଖର୍ଚ୍ଚରେ ଏହାର ଉପଭୋଗ କରିପାରିବେ । ଆଗକୁ ଡେ ଟୁରିଜିମ୍‌ ଏବଂ ଏକ ସାଇନସ ପାର୍କ ମଧ୍ୟ କରାଯିବାର ଯୋଜନା ରହିଛି । ଏହି ଉଦ୍ୟମ ଫଳରେ ଗ୍ରାମୀଣ ଅର୍ଥନୀତି ସୁଦୃଢ ହେବା ସହ ପର୍ଯ୍ୟଟନ ଓ ଜଂଗଲର ସୁରକ୍ଷା ହୋଇପାରିବ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *