ଦୁର୍ବୁତ୍ତଙ୍କ ଗୁଳି ମାଡରେ ପୂର୍ବତନ ବ୍ଲକ ଅଧ୍ଯକ୍ଷଙ୍କ ମୃତ୍ଯୁ

ବ୍ରହ୍ମପୁର ୨୦।୧: ଗୁଳିମାଡରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ବୁଧବାର ସକାଳ ପ୍ରାୟ ୮ଟା ୪୫ମିନିଟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବ ସାହୁ ସୁମଣ୍ଡଳ ଛକ ନକଟରେ ଚା ପିଉଥିବା ସମୟରେ କିଛି ଦୁବୃର୍ତ୍ତ ଆସି ତାଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିବା କୁହାଯାଇଛି । ୨ଟି ବାଇକରେ ୪ରୁ ୫ ଜଣ ଦୁର୍ବୃତ୍ତ ଆସି ଅତି ନିକଟରୁ ଗୁଳି ଚଳାଇ ଫେରାର ହୋଇଯାଇଛନ୍ତି । ଫଳରେ ଘଟଣାସ୍ଥଳରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ ହୋଇଛି । ହତ୍ୟାର ଶିକାର ହୋଇଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜଣଙ୍କ ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟ ସହିତ ଠିକାଦାର କାର୍ଯ୍ୟ କରୁଥିଲେ । ତେବେ ବ୍ଯବସାୟିକ କାରଣରୁ କିମ୍ବା ରାଜନୈତିକ କାରଣରୁ ତାଙ୍କର ହତ୍ଯା କରାଯାଇଛି, ସେ ଦିଗରେ ପୋଲିସ ତଦନ୍ତ ଆରମ୍ଭ କରାଯାଇଛି ।

Leave a Reply

Your email address will not be published. Required fields are marked *