ଇଣ୍ଡିଗୋ କାର ଧକ୍କାରେ ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ

ନୀଳଗିରି ୨୦।୧: ( ସଂକେତ୍ ଟିଭି ) ବାଲେଶ୍ଵର ଜିଲ୍ଲା ଶେରଗଡ଼ ଉଦଳା ରାସ୍ତା ଆମ୍ବୁଡ଼ିହା ଅଂଚଳରେ କାର ଧକ୍କାରେ ବାଇକ ଆରୋହି ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ବାଲେଶ୍ଵର ଜିଲ୍ଲା ସିନ୍ଧିଆ ଗାଁର କାର୍ତ୍ତିକ ନାୟକ। ଓଡ଼ି୦୫ଏଏକ୍ସ-୪୦୪୫ ନମ୍ବର ବିଶିଷ୍ଟ ଏକ ଇଣ୍ଡିଗୋ କାର ନୀଳଗିରି ଆଡକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ସିନ୍ଧିଆ ଗାଁର କାର୍ତିକ ଙ୍କୁ ଧକ୍କାଦେଇ ପଳାଇ ଯାଇଥିଲା। ଘଟଣା ସ୍ଥଳରେ କାର୍ତିକ ଙ୍କର ମୃତ୍ୟ ଘଟିଥିବା ଜଣାପଡିଛି । ଖନ୍ତାପଡା ପୋଲିସ ତଦନ୍ତ କରି ଶବ ଟିକୁ ପୋଷ୍ଟମୋଟମ ପାଇଁ ନୀଳଗିରି ହସ୍ପିଟାଲ କୁ ଆଣିଛି।

Leave a Reply

Your email address will not be published. Required fields are marked *