ନକଲି ଆଚାର କାରଖାନା ଉପରେ ଚଢାଉ, ପୋକ ସାଲୁବାଲୁ ଆଚାର ସହ ସସ୍ ଜବତ

ଭୂବନେଶ୍ବର ୨୦।୧: ( ସଂକେତ ଟିଭି ) ଭୁବନେଶ୍ୱର ଉପକଣ୍ଠ ପାହାଳ ଅଂଚଳରେ ଅପମିଶ୍ରିତ ଆଚାର ଓ ସସ କାରଖାନାରେ ସ୍ପେଶାଲ ସ୍କ୍ୱାର୍ଡ ଓ କମିସନରେଟ ପୁଲିସ ଚଢାଉ କରିଛି। ସେଠାରୁ ବିପୁଳ ପରିମାଣର ଅପମିଶ୍ରିତ ଆଚାର ଜବତ କରାଯାଇଛି । ଆଚାରରେ ପୋକ ଲାଗିଯାଇଛି । କାରଖାନାରେ ନିମ୍ନମାନର ଆଚାର ଓ ସସ ତିଆରି ହେଉଥିବା ଦେଖିବାକୁ ମିଳିଛି ।

ଏହି ଅପମିଶ୍ରିତ ଆଚାର ଓ ସସକୁ ବଜାରରେ ଚଢା ଦରରେ ବିକ୍ରି କରୁଥିଲେ । ଲଙ୍କା ଆଚାର, ଆମ୍ବ ଆଚାର ପରି ବିଭିନ୍ନ ପ୍ରକାର ନିମ୍ନମାନର ଆଚାର ଏଠାରେ ତିଆରି କରୁଥିଲେ । ରାଜ୍ୟର ଗତ କିଛି ଦିନ ହେଲା ନକଲି ଖାଦ୍ୟ ସାମଗ୍ରୀ କାରଖାନା ଉପରେ ଚଢାଉ ଜାରି ରହିଛି । ପ୍ରଥମେ କଟକ ପରେ ଭୁବନେଶ୍ୱର, ସମ୍ବଲପୁର, ଯାଜପୁର ଅଂଚଳରେ ନକଲି କାରଖାନା ଠାବ ହୋଇଛି ।

ଖବର ଅନୁଯାୟୀ, ପାହାଳ ନିକଟରେ ଏହି ନକଲି କାରଖାନା ଚାଲୁଥିଲା । ଯାହାର ଖବର ସ୍ପେଶାଲ ସ୍କ୍ୱାର୍ଡ ନିକଟରେ ପହଞ୍ଚିଥିଲା । ଖବର ପାଇବା ପରେ ଉକ୍ତ କାରଖାନାରେ ଚଢାଉ କରିଥିଲା ସ୍ପେଶାଲ ସ୍କ୍ୱାର୍ଡ । ଏହି ଚଢାଉରେ ବିପୁଳ ପରିମାଣରେ ନକଲି ସାମଗ୍ରୀ ଠାବ ହୋଇଛି । ଏପରିକି ପୋକ ସାଲୁବାଲୁ ଆଚାର ସହ ବିଭିନ୍ନ ପ୍ରକାର ସସ୍‌ ମଧ୍ୟ ଜବତ ହୋଇଛି । ଚଢାଉରେ ଖାଦ୍ୟ ସୁରକ୍ଷା ଅଧିକାରୀ ସାମିଲ ମଧ୍ୟ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଗତ କିଛି ଦିନ ହେଲା ନକଲି ଖାଦ୍ୟ ସାମଗ୍ରୀ କାରଖାନାରେ ଚଢାଉ ଜାରି ରହିଛି । ପ୍ରଥମେ କଟକ ପରେ ଭୁବନେଶ୍ୱର , ଏବଂ ସମ୍ବଲପୁର ଓ ଯାଜପୁରରୁ ନକଲି କାରଖାନା ଠାବ ହୋଇଛି । ଏହିସବୁ କାରଖାନାରୁ ବିପୁଳ ପରିମାଣ ନକଲି ସାମଗ୍ରୀ ଜବତ ହୋଇଛି । ଯେଉଁଠାରେ ନକଲି ସାମଗ୍ରୀକୁ କିଛି ପ୍ରତିଷ୍ଠିତ କମ୍ପାନୀର ଲୋଗୋ ମରାଯାଉଛି, ଏବଂ ବଜାରକୁ ଛଢାଯାଉଛି । ଯାହାଫଳରେ କି ଖାଉଟିଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ।

Leave a Reply

Your email address will not be published. Required fields are marked *