ପ୍ରଦୀପ ମହାରଥୀଙ୍କ ପତ୍ନୀ ଲଢିବେ ପିପିଲି ଉପନିର୍ବାଚନ !

ଭୂବନେଶ୍ବର ୨୦।୧: ପିପିଲିରେ ହେବାକୁ ଥିବା ଉପନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଦେଇଥିବାବେଳେ ପିପିଲିର ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ ନିର୍ବାଚନ ଲଢିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।

ପ୍ରତିଭା କହିଛନ୍ତି ଯେ, ଉପ-ନିର୍ବାଚନରେ ଲଢିବାକୁ ସୁଯୋଗ ମିଳିଲେ ମୁଁ ଖୁସି ହେବି । ନିର୍ବାଚନ ଏକ ପ୍ରକିୟା । ଦଳି ଯାହା ନିଷ୍ପତ୍ତି ନେବ, ସେଥିରେ ମୁଁ ରାଜି ହେବି । ନିର୍ବାଚନ ପାଇଁ ଦଳର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ରହିଥାଏ । ତେଣୁ ଆଗାମୀ ଦିନରେ ଦଳ ଯାହା ନିଷ୍ପତ୍ତି ନେବ, ତାହାକୁ ମୁଁ ସ୍ୱାଗତ କରିବି । ତେବେ ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।

କିଛି ଦିନ ତଳେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ହୋଇଯାଇଥିଲା । ଏହାପର ଠାରୁ ଏହି ଆସନ ଖାଲି ପଡିଛି । ଇତିମଧ୍ୟରେ ଆଗାମୀ ଦିନରେ ଏହି ଆସନରେ ଉପ-ନିର୍ବାଚନ ହେବାକୁ ଯାଉଛି । ତେଣୁ ଏହି ଆସନରୁ ବିଜେଡି ଟିକେଟରେ ପ୍ରତିଭା ନିର୍ବାଚନ ଲଢିବପାରନ୍ତି ବୋଲି ଚର୍ଚ୍ଚା ଜୋର ହେଉଛି ।

Leave a Reply

Your email address will not be published. Required fields are marked *