କରୋନା ଟିକା ନେବେ ପ୍ରଧାନମନ୍ତ୍ରୀ ମୋଦୀ, ସବୁ ମୁଖ୍ଯମନ୍ତ୍ରୀ ଓ ସାଂସଦ

ନୂଆଦିଲ୍ଲୀ ୨୧।୦୧ : କରୋନା ଟିକା ନେବେ ପ୍ରଧାନମନ୍ତ୍ରୀ ଓ ରାଜ୍ୟର ସବୁ ମୁଖ୍ୟମନ୍ତ୍ରୀ । ଦ୍ୱିତୀୟ ପର୍ଯ୍ୟାୟରେ ସେମାନେ କୋରୋନା ଟିକା ନେବେ । 50 ବର୍ଷରୁ ଅଧିକ ବୟସ୍କ ନେତା ଓ ମନ୍ତ୍ରୀଙ୍କୁ ଏହି ଟିକା ଦିଆଯିବ । ତେବେ ଲୋକଙ୍କ ମଧ୍ଯରେ କରୋନା ଟିକାକୁ ନେଇ ଲାଗିରହିଥିବା ସନ୍ଦେହକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ଯମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ସମସ୍ତ ନେତା କରୋନା ଟିକା ନେବେ ବୋଲି ପ୍ରଧାନମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ସେପଟେ ପ୍ରଧାନମନ୍ତ୍ରୀ ନିଜେ କରୋନା ଟିକା ନ ନେବାକୁ ନେଇ କଂଗ୍ରେସ ଦଳର ନେତାମାନେ ବିଜେପି ତଥା ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ସମାଲୋଚନା କରିଥିଲେ ।

ଜାନୁଆରୀ ୧୬ ତାରିଖରୁ ସାରା ଦେଶରେ ଟିକାକରଣ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ମାଗଣାରେ ଟିକାକରଣ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ଏହି ସର୍ବବୃହତ୍ ଟିକାକରଣ ଅଭିଯାନର ଶୁଭାରମ୍ଭ କରିଥିଲେ। କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ମାଗଣାରେ ଟିକା ଯୋଗାଇ ଦେବେ । ଦ୍ୱିତୀୟ ପର୍ଯ୍ୟାୟରେ ସୁରକ୍ଷାବାହିନୀ, ପୋଲିସ କର୍ମଚାରୀ ଏବଂ ରେସ୍କ୍ୟୁ ଅପରେସନରେ ମୁତୟନ ବ୍ୟକ୍ତିଙ୍କୁ ଟିକାକରଣରେ ସାମିଲ କରାଯିବ।

Leave a Reply

Your email address will not be published. Required fields are marked *