ନୂଆ କଳାକାରଙ୍କ ଡାଇଲଗରେ କମ୍ପିଲା ମଞ୍ଚ…

ବାଲେଶ୍ବର ୨୨।୧:(ସଂକେତ୍ ଟିଭି) ଯାତ୍ରା ମଂଚରେ ନବାଗତଙ୍କ ପାଇଁ ସୁଯୋଗ । ନୂଆ କଳାକାର ଚୟନ ପାଇଁ ଚାଲିଥିଲା ଅଡିସନ୍ । ନୃତ୍ୟ ସଙ୍ଗୀତ ପରିବେଷଣ ପରେ ଆରମ୍ଭ ହୋଇଥିଲା ଅଭିନୟର ପରୀକ୍ଷା । ନୂଆ କଳାକାର ଗଳା ଫଟାଇ କହୁଥିଲେ ଦମଦାର ଡାଇଲଗ୍ , ଲାଗୁଥିଲା ସତେ ଯେମିତି କେଉଁ ନାମୀଦାମୀ ଯାତ୍ରା ପାର୍ଟିର ନାଟକ ପରିବେଷଣ ହେଉଛି । ଏକ ନୂଆ ଯାତ୍ରା ପାର୍ଟି ବାଲେଶ୍ୱର ସହରର ଗାନ୍ଧୀ ସ୍ମୃତି ଭବନରେ ଅଡିସନ୍ କରୁଥିଲା । ହିରୋ, ହିରୋଇନ୍ , ଖଳନାୟକ, କମେଡିଆନ୍ ସବୁ ପୋଷ୍ଟ ପାଇଁ ଧାଇଁ ଆସିଥିଲେ ଯୁବ କଳାକାର । ଅଭିନୟ ଏତେ ଦମଦାର ହେଉଥିଲା , ବିଚାରପତିମାନେ କାହାକୁ ଚୟନ କରିବେ ଅଡୁଆରେ ପଡିଯାଉଥିଲେ । ତେବେ ପୁଅଙ୍କ ତୁଳନାରେ ଝିଅମାନେ ସେମିତି ଅଡିସନକୁ ଆସି ନଥିଲେ ।

ନିର୍ଦେଶକ ସୁବୋଧ ମିଶ୍ର, ଅଭିନେତା ବାପି ପଣ୍ଡାଙ୍କ ସହ ନାଟ୍ୟକାର ଓ କିଛି କଳାକାର ବିଚାରପତି ଥିଲେ । ଅଡିସନ୍ ମଂଚ ନିକଟରେ ତୃପ୍ତି ପଣ୍ଡା, ଶରତ, ବାବୁଲି ପଣ୍ଡା, ଦୁର୍ଗା , କୁସୁମ ଆଦି କଳାକାର ଉପସ୍ଥିତ ଥିଲେ । ଯାତ୍ରା ସୂର୍ଯ୍ୟ ନାରାୟଣ ପାଇଁ କଳାକାର ଚୟନ ପ୍ରକ୍ରିୟାକୁ ସମସ୍ତେ ପ୍ରଶଂସା କରୁଥିଲେ । ବାଲେଶ୍ୱର ମାଟି ହେଉଛି କଳାର ମାଟି , ବାଲେଶ୍ୱର ପିଲାଙ୍କ ପାଖରେ ଭରପୁର କଳା ଭରି ରହିଛି । ତାହା ଅଡିସନରୁ ବାରି ହୋଇ ପଡୁଥିଲା । ଅନେକ କଲେଜ ପଢୁଆ ପୁଅ ଏହି ଅଡିସନକୁ ଆସିଥିବା ବେଳେ ଝିଅମାନେ ସେମିତି ଆସି ନଥିଲେ । ସେଥିପାଇଁ କଲେଜ ପରିସରରେ ଆଉ ଥରେ ଅଡିସନ ହେବ ବୋଲି ଆୟୋଜକମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *