ଛେଳି କୁକୁଡା ମାରି ଖାଇଯାଉଛନ୍ତି ଅଜଣା ଜନ୍ତୁ

ନୀଳଗିରି ୨୨।୧: (ସଂକେତ୍ ଟିଭି) ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ଅଜଣା ଜନ୍ତୁ ଆକ୍ରମଣ ଭୟ ଦେଖାଦେଇଛି । ବଡ଼ବିଲ ଓ ବଲବଲିଆ ଗାଁରେ ଗୃହପାଳିତ ପଶୁଗୁଡିକୁ ଅଜଣା ଜନ୍ତୁ ଆକ୍ରମଣ କରୁଛି । ସପ୍ତାହକ ମଧ୍ୟରେ ଅଞ୍ଚଳରେ ଛେଳି, କୁକୁଡ଼ା, ଗୋରୁମାନକୁ ମରଣାନ୍ତକ ଆକ୍ରମଣ କରୁଛି । ଛେଳି କୁକୁଡ଼ା ମାରି ଖାଇଦେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଗୁରୁବାର ରାତିରେ ବଲବଲିଆ ଗ୍ରାମରେ ବାଛୁରୀ ଛୁଆକୁ ମରଣାନ୍ତକ ଆକ୍ରମଣ କରିଥିବା ବେଳେ କୁକୁଡ଼ାକୁ ମାରିଥିବା ଦେଖାଯାଇଛି । ଏହାର ଦେଖିବାକୁ ସିମ୍ପାଜୀ ଭଳି ବୋଲି ଲୋକେ କହୁଛନ୍ତି । ତେବେ ଏନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଦେଇଛି ।

Leave a Reply

Your email address will not be published. Required fields are marked *