ବିଜୟ ଦିବସ ପାଳନର ଚାହିଦା ନାହିଁ, କିଛି ନୂଆ କଥା ହେଉ….

ବାଲେଶ୍ବର, ୨୩।୧: ( ସଂକେତ୍ ଟିଭି) ବାଲେଶ୍ବରର ଉପନିର୍ବାଚନ ଶେଷ ହେବାର ଅଢେଇ ମାସ ବିତି ସାରିଥିବାବେଳେ ବିଜେଡି ଏବେବି ବିଜୟ ଦିବସ ପାଳନ କରୁଛି । ନୂଆ ନୂଆ ଏହା ଖୁବ୍ ଭଲ ଲାଗୁଥିଲା, ବିଜେଡି କର୍ମୀଙ୍କୁ ଉତ୍ସାହିତ କରୁଥିଲା । ଗଣମାଧ୍ଯମ ମଧ୍ଯ ବେଶ୍ ଭଲ ଭାବରେ କଭରେଜ୍ କରୁଥିଲା । ହେଲେ ଏବେ ଆଉ ସେତେଟା ଉତ୍ସାହ ନାହିଁ । ଏହି ବିଜୟ ଦିବସ ପାଳନକୁ ନେଇ ବିଜେଡି କର୍ମୀ କିମ୍ବା ନେତା ସେତେଟା ଉତ୍ସାହିତ ନଥିବାବେଳେ ସାଧାରଣ ଲୋକେ ମଧ୍ଯ ଏହାକୁ ସେତେଟା ଗୁରୁତ୍ବ ଦେଉନାହିଁ । ସେପଟେ କିଛି ଯୁବ ତଥା ଛାତ୍ର ନେତା ବିଭିନ୍ନ ପୋଜ୍ ଦେଇ ଫଟୋ ଉଠାଇ ଫେସବୁକରେ ଛାଡୁଛନ୍ତି । ସେଠାରେ ମଧ୍ଯ ତାଙ୍କୁ ସେଭଳି କିଛି ଭଲ ଫିଡ୍ ବ୍ଯାକ୍ ମିଳୁନାହିଁ । ଏଭଳି ସ୍ଥିତିରେ ଜଣାପଡୁଛି ବାଲେଶ୍ବର ବିଜେଡି ପାଖରେ ଏବେ ସୃଜନଶିଳତାର ଅଭାବ ଦେଖାଦେଇଛି । ଏକଥା ଭଲ ଭାବରେ ଚିନ୍ତା କରି ଆଗକୁ କାର୍ଯ୍ଯକ୍ରମ ନିର୍ଧାରଣ କରିବାର ଆବଶ୍ଯକତା ରହିଛି ।

ସେପଟେ ମୟୁରଭଂଜ ଜିଲ୍ଲାରେ ବିଜେଡିର କଥାକୁ ଯଦି ଚିନ୍ତାକୁ ନିଆଯିବ, ତେବେ ସେଠାରେ ବିଜେଡି ସଂଗଠନ ମଜବୁତ କରିବା ପାଇଁ ଏବେ ଗାଁ ଗାଁରେ ଫୁଟବଲ ଏବଂ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାଦ୍ବାରା କ୍ରୀଡା ପ୍ରେମୀ ଦର୍ଶକ ତଥା ଖେଳାଳୀଙ୍କୁ ସଂଗଠନରେ ସାମିଲ କରିବା ପାଇଁ ବିଜେଡି ଆଶା ରଖିଛି । ସେପଟେ ଫୁଟବଲ ଏବଂ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆୟୋଜନ ଜିଲ୍ଲା ବାସୀଙ୍କୁ ମନୋରଂଜନର ଖୋରାକ ଯୋଗାଇବା ସହିତ ବିଜେଡିର ପ୍ରଚାର ମଧ୍ଯ ହେବ । ତେବେ ବାଲେଶ୍ବର ବିଜେଡି ତାଙ୍କଠାରୁ କିଛି ଶିଖିବାର ଦରକାର । ଯଦି ବିଜୟ ଦିବସ ବଦଳରେ ବିକାଶ ଦିବସ ପାଳିତ ହୋଇଥାନ୍ତା, ତେବେ କଥାଟା ଟିକିଏ ଅଲଗା ହୋଇଥାନ୍ତା । ଏବେ ବିଚାର କରିବାର ସମୟ ଅଛି । ନହେଲେ କ୍ରମାଗତ ଭାବରେ ବିଭିନ୍ନ କାର୍ଯ୍ଯକ୍ରମର ଆୟୋଜନ କରି ଚାଲିଥିବା ବିଜେପି ବାଲେଶ୍ବରରେ ଖୁବ୍ ଶିଘ୍ର ବାଉନସ୍ ବ୍ଯାକ୍ କରି ବିଜେଡି ପାଇଁ ମୁଣ୍ଡବିନ୍ଧାର କାରଣ ହେବ, ଏଥିରେ ସନ୍ଦେହ ନାହିଁ ।

Leave a Reply

Your email address will not be published. Required fields are marked *