ବିଜେଡିର ଖେଳ ପଲିଟିକ୍ସ, ସବୁ ଜିଲ୍ଲାରେ ହେବ କ୍ରିକେଟ ଓ ଫୁଟବଲ୍ ପ୍ରିମିୟର୍ ଲିଗ

ବାରିପଦା ୨୩।୧: (ସଂକେତ୍ ଟିଭି) ମୟୁରଭଂଜ ଜିଲ୍ଲାରୁ ବିଜେଡି ଆରମ୍ଭ କରିଛି ଖେଳ ପଲିଟିକ୍ସ । ସବୁ ଜିଲ୍ଲାରେ କ୍ରିକେଟ ଓ ଫୁଟବଲ୍ ପ୍ରିମିୟର୍ ଲିଗ ଆୟୋଜନ କରି ନିଜ ସଂଗଠନକୁ ମଜବୁତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି । ଏହାର ଆରମ୍ଭ ମୟୁରଭଂଜ ଜିଲ୍ଲାରେ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଅନ୍ୟ ସବୁ ଜିଲ୍ଲାରେ କରିବା ପାଇଁ ବିଜେଡି ଯୋଜନା ରଖିଛି । ବିରୋଧୀ ଏହାକୁ ଭୋଟ୍ ରାଜନୀତି କହୁଥିବା ବେଳେ ବିଜେଡି କହିଛି ଯୁବକଙ୍କ ସାମଗ୍ରିକ ବିକାଶ ।

ଆଜି ବିଜେଡି ମୟୂରଭଞ୍ଜ ଜିଲ୍ଲାରେ ଏମପିଏଲ ବା ମୟୂରଭଞ୍ଜ ପ୍ରିମିୟର୍ ଲିଗର ଶୁଭାରମ୍ଭ କରିଛି । ବିଜୁ ଯୁବ ଓ ଛାତ୍ର ଜନତା ଦଳର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହା ଅନୁଷ୍ଠିତ ହେବ । କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ବାରିପଦା ଷ୍ଟାଡିୟମରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଥିବା ବେଳେ ରାଇରଙ୍ଗପୁରରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । କ୍ରିକେଟ ଓ ଫୁଟବଲ ବିଜେତା ଟିମ୍ ପାଇଁ ଏକ ଲକ୍ଷ ଟଙ୍କା ପୁରସ୍କାର ଥିବା ବେଲେ ରନର୍ସ ଅପ ପାଇଁ ୫୦ ହଜାର ଟଙ୍କା ରଖାଯାଇଛି । ମ୍ୟାନ୍ ଅଫ ଦି ସିରିଜ୍ ବିଜେତାଙ୍କୁ ହିରୋ ସିବିଜି ଏକ୍ସଟ୍ରିମ୍ ୧୬୦ ଆର ବାଇକ୍ ପୁରସ୍କାର ପ୍ରଦାନ କରାଯିବ ।

ପ୍ରିମିୟର ଲିଗ ପ୍ରଥମେ ପଞ୍ଚାୟତ, ବ୍ଲକ ଏବଂ ପରେ ଜିଲ୍ଲା ସ୍ତରରେ ହେବା ନେଇ ବିଜେଡି ନିଷ୍ପତ୍ତି ନେଇଛି । କେବଳ ଫୁଟବଲ କିମ୍ବା କ୍ରିକେଟ ନୁହଁ ଲୋକପ୍ରିୟ ଖେଳକୁ ନେଇ ଯୁବକ ଯୁବତୀଙ୍କୁ ଦଳ ନିଜ ଆଡ଼କୁ ଆକୃଷ୍ଟ ସେ ନେଇ ବିଜେଡି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି । ତେବେ ବିଜେଡିର ଏପରି ଆୟୋଜନକୁ ବିରୋଧୀ କଂଗ୍ରେସ ଓ ବିଜେପି ସମାଲୋଚନା କରିଛନ୍ତି ।

Leave a Reply

Your email address will not be published. Required fields are marked *