ସୁଟିଂ ସେଟ୍ ରେ ମାରପିଟ୍, ବିବାଦରେ ଶାହାରୁଖ ଖାନଙ୍କ ଫିଲ୍ମ ପଠାନ

ମୁମ୍ବାଇ ୨୩।୧: ବିବାଦରେ ଶାହାରୁଖ ଖାନଙ୍କ ଅପକମିଂ ଫିଲ୍ମ ପଠାନ। ବଲିଉଡ୍ ବାଦଶାହାଙ୍କ ଏହି ଫିଲ୍ମକୁ ନେଇ ଏବେ ଝଡ଼ ସୃଷ୍ଟି ହୋଇଛି। ଫିଲ୍ମର ଶୁଟିଂ ସେଟରେ ହୋଇଛି ଝଗଡା। ଫଳରେ ଫିଲ୍ମର ସୁଟିଂକୁ ବନ୍ଦ କରାଯାଇଛି। ପଠାନ ଶୁଟିଂ ସେଟରେ କିଛି ଦିନ ପୂର୍ବରୁ ନିର୍ଦ୍ଦେଶକ ଏବଂ ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏପରିକି ଉଭୟଙ୍କ ମଧ୍ୟରେ ମାରପିଟ ପର୍ଯ୍ୟନ୍ତ କଥା ଯାଇଥିବା ଶୁଣିବାକୁ ମିଳିଥିଲା। ଏହି ଝଗଡା ଯୋଗୁଁ କିଛି ଦିନ ପାଇଁ ଫିଲ୍ମର ଶୁଟିଂ ବନ୍ଦ କରାଯାଇଛି। ଏହାସହ ପ୍ରଡକ୍ସନ ହାଉସ ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କୁ ଚାକିରିରୁ ବିଦା କରିଦେଇଛନ୍ତି।

ସେପଟେ ଫିଲ୍ମର ଶୁଟିଂ ସେଟରେ ନିର୍ଦେଶକ ଆନନ୍ଦ ଏଲ ରଏଙ୍କୁ ବେଖାତିର କରୁଥିଲା ଆସିଷ୍ଟାଣ୍ଟ ଡାଇରେକ୍ଟର । ସେଟରେ ଫୋନ ବ୍ୟବହାର ବାରଣ ସତ୍ତ୍ଵେ ସେ ଫୋନରେ କଥା ହେଉଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ମାରପିଟ ପର୍ଯ୍ୟନ୍ତ କଥା ଯାଇଥିଲା। ଏପରିକି ନିର୍ଦେଶକ ଆନନ୍ଦ ଏଲ ରଏଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲା । ଏହାକୁ ନେଇ ଶାହାରୁଖ ଖୁବ ବିରକ୍ତି ପ୍ରକାଶ କରିଛନ୍ତି। ପୁରା ଘଟଣାକୁ ନେଇ ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି ଆଦିତ୍ୟ ଚୋପ୍ରା।

ଦୀର୍ଘ ଦିନର ବିରତି ପରେ ବଲିଉଡ ବାଦଶାହା ଶାହାରୁଖ ଖାନ ପଠାନ ଜରିଆରେ ବଡ ପରଦାକୁ କମବ୍ୟାକ କରିବାକୁ ଯାଉଛନ୍ତି। ଏହି ବିଗ୍ ବଜେଟରେ ତାଙ୍କ ଅପୋଜିଟରେ ଅଛନ୍ତି ଦୀପିକା ପାଦୁକୋନ। ଏହି ଫିଲ୍ମକୁ ନେଇ ସମସ୍ତଙ୍କ ମନରେ ଢେର ଉତ୍ସାହ ଭରି ରହିଛି। ଫିଲ୍ମ ରିଲିଜକୁ ନେଇ ଅପେକ୍ଷାରେ ତାଙ୍କ ପ୍ରଶଂସକ।

Leave a Reply

Your email address will not be published. Required fields are marked *