ବଲିଉଡର ସବୁଠାରୁ ମହଙ୍ଗା ଫିଲ୍ମ ହେବ ଫାଇଟର୍…

ମୁମ୍ବାଇ ୨୪।୦୧: ନିର୍ମାଣ ହେବାକୁ ଯାଉଛି ବଲିଉଡର ସବୁଠାରୁ ମହଙ୍ଗା ଫିଲ୍ମ । ଫିଲ୍ମଟିର ନାମ ହେଉଛି ଫାଇଟର । ଏହି ହାଇ ଆଟ୍ରାକ୍ସନ ଡ୍ରାମା ଫିଲ୍ମ ପାଇଁ ଖର୍ଚ ହେବ ୨୫୦ କୋଟି ଟଙ୍କା । ଏଥିରେ ହ୍ରିତିକ୍ ରୋଶନଙ୍କ ସହିତ ପ୍ରଥମ ଥର ନଜର ଆସିବେ ଦୀପିକା ପାଦୁକୋନ ।

ଏହି ହାଇ ଆକ୍ସନ ଡ୍ରାମା ଫିଲ୍ମରେ ଦେଶଭକ୍ତି ବ୍ୟତୀତ ରୋମାନ୍ସ ସିନ୍ସ ମଧ୍ୟ ଭରପୁର ରହିବ । ଫିଲ୍ମରେ ହ୍ରିତିକଙ୍କ ଜବରଦସ୍ତ ଆକ୍ସନ ସିନ୍ ଦେଖିବାକୁ ମିଳିବ ।ଉଭୟ ଷ୍ଟାର ପରସ୍ପର ସହିତ ସ୍କ୍ରିନ୍ ସେୟାର କରିବାକୁ ନେଇ ବହୁତ ଏକ୍ସସାଇଟେଡ୍ ଅଛନ୍ତି । ଏହି ଫିଲ୍ମକୁ ନେଇ କିଛି ଇନସାଇଡ୍ ଡିଟେଲ୍ସ ସାମ୍ନାକୁ ଆସିଛି । ସିର୍ଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମର ବଜେଟ୍ ୨୫୦ କୋଟି ଟଙ୍କା ହେବ । ବଲିଉଡରେ ଏତେ ବଜେଟରେ କୌଣସି ଫିଲ୍ମ ନିର୍ମାଣ ହୋଇନି । ଫିଲ୍ମରେ ସେ ଫାଇଟର ଜେଟ୍ ଉଡାଇବେ । ଫିଲ୍ମର ସୁଟିଂ ୨୦୨୧ ଡିସେମ୍ବରରେ ଆରମ୍ଭ ହେବ ଏବଂ ୩୦ ସେପ୍ଟେମ୍ବର ୨୦୨୨ରେ ଫିଲ୍ମ ରିଲିଜ ହେବ ।

Leave a Reply

Your email address will not be published. Required fields are marked *