ବର ହେବା ପୂର୍ବରୁ ବରୁଣ ଧାଓ୍ବନଙ୍କ ରାସ୍ତା ଦୁର୍ଘଟଣା…

ମୁମ୍ବାଇ ୨୪।୦୧: ବରୁଣ ଧାୱନଙ୍କର ଆଜି ବିବାହ ଅଛି । ହେଲେ ବିବାହ ପୂର୍ବରୁ ତାଙ୍କର ଦୁର୍ଘଟଣାରେ ଘଟିଛି । ଏହା ଶୁଣି ସମସ୍ତଙ୍କ ଲୋମ ଟାଙ୍କୁରୀ ଉଠିଛି ।

ସୂଚନା ଅନୁସାରେ, ବରୁଣ ନିଜ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । କିନ୍ତୁ ବିବାହର ଠିକ୍ ପୂର୍ବରୁ ଏଭଳି ଅଶୁଭ ଖବର ଆସିଛି । ବରୁଣ ଓ ନତାଶାଙ୍କ ବିବାହ ପାଇଁ ଉଭୟ ପରିବାର ସଦସ୍ୟ ଓ କିଛି ବନ୍ଧୁବାନ୍ଧବ ଶୁକ୍ରବାର ଦିନ ଆଲିବାଗରେ ପହଞ୍ଚିଥିଲେ । କାରରେ ଆଲିବାଗରେ ପହଞ୍ଚିବାକୁ ପ୍ରାୟ ୪ ଘଣ୍ଟା ଲାଗେ । ଏହା ପରେ ବରୁଣ ଧାୱନ ଶନିବାର ଅପରାହ୍ନରେ ଆଲିବାଗରେ ପହଞ୍ଚିଥିଲେ । ଖବର ମୁତାବକ ତାଙ୍କ କାର ଶନିବାର ଦିନ ଜୁହୁରୁ ଆଲିବାଗ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲା ।

ଆଲିବାଗ ରାସ୍ତାରେ ବହୁତ ଟ୍ରାଫିକ୍ ଥିଲା ଓ ସେହି ରାସ୍ତା ମଧ୍ୟ ଅନେକ ସ୍ଥାନରେ ସଂକୀର୍ଣ୍ଣ । ବିବାହ ରୀତିନୀତି ଆରମ୍ଭ ହୋଇ ଯାଇଥିଲା ଯେଉଁଥିପାଇଁ ବରକୁ ଶୀଘ୍ର ଆଲିବାଗକୁ ଆଣିବାକୁ ପଡିଥିଲା । ଠିକ୍ ସେତିକିବେଳେ ତାଙ୍କ କାରର ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟଣାରେ ବରୁଣ ଧାୱନ ଅଳ୍ପକେ ବଞ୍ଚି ଯାଇଥିଲେ । ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି ।

ବରୁଣ ଧାଓ୍ବନ ଓ ନତାଶା ଦଲାଲ

ବରୁଣଙ୍କ ପିତା ତଥା ଫିଲ୍ମ ନିର୍ମାତା ଡେଭିଡ ଧାୱନ, ମାତା ଲାଲୀ, ଭାଇ ରୋହିତ ଓ ତାଙ୍କ ପରିବାର, ମାମୁଁ ତଥା ପୂର୍ବତନ ଅଭିନେତା ଅନିଲ ଧାୱନ ଓ ତାଙ୍କ ପରିବାର ତଥା ଦଲାଲଙ୍କ ପରିବାର ଶୁକ୍ରବାର ଦିନ ବିବାହ ସ୍ଥଳରେ ପହଞ୍ଚିଥିଲେ । ଆଜି ହେଉଛି ବରୁଣ-ନତାଶାଙ୍କ ବିବାହ । ଏହି ବିବାହରେ ପ୍ରାୟ ୫୦ ଜଣ ଲୋକ ଯୋଗଦେବାକୁ ଯାଉଛନ୍ତି । ବରୁଣ-ନତାଶାଙ୍କ ବିବାହ ପାଇଁ ଡେଭିଡ ଧାୱନ ବିଶେଷ ବ୍ୟବସ୍ଥା କରିଛନ୍ତି । ସୁରକ୍ଷା ବ୍ୟବସ୍ଥା ବ୍ୟତୀତ ଅତିଥିମାନଙ୍କ ଗୋପନୀୟତା ମଧ୍ୟ ଯତ୍ନ ନିଆଯାଇଛି ।

Leave a Reply

Your email address will not be published. Required fields are marked *