ଅଜଣା ଫୋନ କଲରୁ ଚାଲିଗଲା ଜୀବନ.. ହେଲେ କେମିତି..

ସୋର, ୨୫।୦୧: ( ସଂକେତ୍ ଟିଭି) ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତ ଉସଙ୍ଗ ଗ୍ରାମର ଜଣେ ୩୨ ବର୍ଷୀୟ ଯୁବକର ଶବକୁ ସମୁଦ୍ରରେ ପୋତାଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତକର ହାତ ଗୋଡ ବନ୍ଧା ହୋଇଥିବାବେଳେ ତାଙ୍କ ଦେହରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି ।

ସୂଚନାରୁ ଜଣାପଡ଼ିଛି ଯେ ଖନ୍ତାପଡ଼ା ଥାନା ଓସଙ୍ଗ ଗ୍ରାମର ସୁରେନ୍ଦ୍ର ମଳିକଙ୍କ ପୁଅ ଜୟନ୍ତ (୩୨) ଗତ ଶନିବାର ରାତିରେ ଘରେ ବସି ଖାଉଥିବା ବେଳେ ଜୟନ୍ତଙ୍କ ନିକଟକୁ ଏକ ଅଜଣା ନମ୍ବରରୁ ଫୋନ କଲ୍ ଆସିଥିଲା । ଫୋନ କଲ୍ ପାଇ ଜୟନ୍ତ ଘରୁ ବାହାରକୁ ବାହାରି ଆସିଥିଲେ । ସେହି ସମୟଠାରୁ ଜୟନ୍ତର ପତ୍ତା ମିଳିନଥିଲା । ସ୍ତ୍ରୀ ପାର୍ବତୀ ଏବଂ ପରିବାର ଲୋକେ ବହୁ ଖୋଜାଖୋଜି କରି ଜୟନ୍ତଙ୍କ ପତ୍ତା ନପାଇବାରୁ ଗୋପାଳପୁର ଫାଣ୍ଡିରେ ସ୍ୱାମୀ ନିଖୋଜ ନେଇ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିଲା । ତେବେ ନିଖୋଜର ୨ ଦିନ ପରେ ଗ୍ରାମର ମତ୍ସ୍ୟଜୀବୀମାନେ ମାଛ ମାରିବାକୁ ସମୁଦ୍ର ମଧ୍ୟକୁ ଯାଇଥିବା ବେଳେ ସମୁଦ୍ରରର ୨ କିମି ଦୂରରେ ବହ୍ନି ବଣରେ ସମୁଦ୍ରର ବାଲିରେ ୪ ଗୋଟି ଆଙ୍ଗୁଳି ବାହାରକୁ ଦେଖାଯାଉଥିଲା । ଲୋକେ ଏହାକୁ ସନ୍ଦେହ କରି ଗୋପାଳପୁର ଫାଣ୍ଡି ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ସେଠାରେ ଖୋଳିବାରୁ ନିଖୋଜ ଯୁବକ ଜୟନ୍ତର କୁ ହାତଗୋଡ଼ ବନ୍ଧା ହୋଇ, ମୁଣ୍ଡରେ କ୍ଷତାକ୍ତ ଅବସ୍ଥାରେ ତାହାର ମୃତଦେହ ମିଳିଥିଲା । ଏହି ଘଟଣାରେ ଗୋପାଳପୁର ଫାଣ୍ଡି ଏବଂ ଖନ୍ତାପଡ଼ା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ସନ୍ଦେହରେ ପୋଲିସ ଜଣକୁ ଅଟକ ରଖି ପଚରାଉଚୁରା ଜାରି ରଖିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *