ବ୍ଲାକମେଲ କରି ବନ୍ଧାହେଲେ ୱେବ ଚ୍ୟାନେଲର ସାମ୍ବାଦିକ

ଭୂବନେଶ୍ବର, ୨୫।୦୧: ( ସଂକେତ୍ ଟିଭି) ବ୍ଲାକମେଲ କରି ବନ୍ଧାହେଲେ ଦୁର୍ନିତି ଲାଇଭ୍ ୱେବ ଚ୍ୟାନେଲର ସାମ୍ବାଦିକ ସୌମ୍ୟ ରଞ୍ଜନ ସାମନ୍ତରାୟ। ତାଙ୍କୁ ପୁରୀରୁ ଖଣ୍ଡଗିରି ପୋଲିସ ଗିରଫ କରିଥିବା ଜଣାପଡିଛି । ୱେବ ଚ୍ୟାନେଲ ଖୋଲି ବିଭିନ୍ନ ଲୋକଙ୍କ ଠାରୁ ଅର୍ଥ ହଡପ କରିବା ସହ ବ୍ଲାକମେଲିଙ୍ଗ କରି ସେ ଲକ୍ଷାଧିକ ଟଙ୍କା ଲୁଟୁଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ସୌମ୍ଯ ଦୁର୍ନୀତି ଲାଇଭ୍‌ ନାମକ ଏକ ଓ୍ୱେବ ଚ୍ୟାନେଲ୍‌ ଖୋଲିଥିଲେ। ଯାହାର ଅଫିସ ସେ ବିଭିନ୍ନ ସ୍ଥାନରେ ଖୋଲିଥିଲେ। ନ୍ୟୁଜ ଆଳ ଦେଖାଇ ସୌମ୍ଯରଞ୍ଜନ ସାଧାରଣ ଲୋକ, ନେତା , ବ୍ୟବସାୟୀ ଓ ସାମ୍ବାଦିକମାନଙ୍କୁ ଟଙ୍କା ମାଗୁଥିଲେ । ଖଣ୍ଡିଗିରି ଥାନାରେ ଏନେଇ ଅଭିଯୋଗ ହୋଇଥିଲା । ତେବେ ଅଭିଯୋଗ ହେବାର ୪୮ଘଣ୍ଟା ମଧ୍ୟରେ ପୋଲିସ ପଦକ୍ଷେପ ନେଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ପୁରୀରୁ ନକଲି ସାମ୍ବାଦିକ ସୌମ୍ୟରଞ୍ଜନ ସାମନ୍ତରାୟଙ୍କୁ ଗିରଫ କରିଛି। କେବଳ ଲୋକଙ୍କୁ ଧମକାଇ ଟଙ୍କା ମାଗୁନଥିଲେ ସୌମ୍ୟ , ବରଂ ମହିଳାଙ୍କ ମହିଳାଙ୍କ ଅଶ୍ଲୀଳ ଭିଡିଓ କରି ବ୍ଲାକମେଲ କରୁଥିବାର ମଧ୍ୟ ଅଭିଯୋଗ ଆସିଛି।

Leave a Reply

Your email address will not be published. Required fields are marked *