ଭାଇ ଭାଇଙ୍କ ମଧ୍ଯରେ ମାରପିଟରେ ବଳିପଡିଲା ଦେଢବର୍ଷର ଶିଶୁ କନ୍ଯା

ବାଲେଶ୍ବର, ୨୫।୦୧: ( ସଂକେତ୍ ଟିଭି) ଭାଇ ଭାଇଙ୍କ ମଧ୍ଯରେ ଝଗଡା ଆଉ ମାରପିଟରେ ବଳିପଡିଲା ଦେଢବର୍ଷର ଶିଶୁ କନ୍ଯା । ଏହି ଭଳି ଘଟଣା ଘଟିଛି ବାଲେଶ୍ବର ସଦର ଥାନା ଜୁନାଗଡିଆ ଗାଁରେ ।

ସୂଚନା ଅନୁସାରେ ଜୁନାଗଡିଆ ଗାଁର ବାବୁ ନାୟକ ଏବଂ ତାଙ୍କ ପତ୍ନୀ ଲତାଙ୍କ ତାଙ୍କ ସାନ ଭାଇ ସୁଜିତର ପତ୍ନୀ ସଞ୍ଜୁ ସହିତ ଝଗଡା ଲାଗିଥିଲା । ସେହି ସମୟରେ ବାବୁ ନାୟକ ରାଗିଯାଇ ଏକ ବାଡିରେ ସଞ୍ଜୁକୁ ପିଟୁଥିଲେ । ତେବେ ବାଡିଟି ସଞ୍ଜୁଙ୍କ ଦେହରେ ନବାଜି ତାଙ୍କ କୋଳରେ ଥିବା ଦେଢବର୍ଷର ଝିଅ ଲକ୍ଷ୍ମୀର ମୁଣ୍ଡରେ ବାଜିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ଜିଲ୍ଲା ମୁଖ୍ଯ ଡାକ୍ତରଖାନାକୁ ଅଣାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସଦର ଥାନା ପୋଲିସ ଏନେଇ ଏକ ହତ୍ଯା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *