ପୋଷ୍ଟ ଅଫିସକୁ ପୋଡିଦେଲେ ଦୁର୍ବୁତ୍ତ..
ସୋର, ୨୫।୦୧: ( ସଂକେତ୍ ଟିଭି) ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ ସମ୍ପେଇ ଗ୍ରାମରେ ଥିବା ପୋଷ୍ଟ ଅଫିସରେ ଦୁର୍ବୁତ୍ତମାନେ ନିଆଁ ଲଗାଇଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଏହି ଘଟଣା ଘଟିଥିବା ଖଇରା ଥାନାରେ ଅଭିଯୋଗ ହୋଇଛି।
ସୂଚନାରୁ ପ୍ରକାଶ ଯେ, ସମ୍ପେଇ ଗ୍ରାମରେ ଥିବା ପୋଷ୍ଟ ଅଫିସର ଗତ ବିଳମ୍ବିତ ରାତ୍ରୀରେ ତାଲା ଭାଙ୍ଗି କେହି ଦୁର୍ବୁତ୍ତ ଅଫିସରେ ପଶି ନିଆଁ ଲଗେଇ ଦେଇଥିଲେ। ଆଜି ସକାଳେ ପାଖରେ ଥିବା ଜଣେ ତେଜରାତି ଦୋକାନୀ ଘରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ। ପରେ ପୋଷ୍ଟ ମାଷ୍ଟର ଶସ୍ମିତା ଜେନାଙ୍କୁ ଏ ବିଷୟରେ ଜଣାଇଥିଲେ। ସ୍ଥାନୀୟ ବାସିନ୍ଦା ପାଣି ଢାଳି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ପୋଷ୍ଟ ଅଫିସରେ ଥିବା ଆସବାବପତ୍ର ଏବଂ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି। ଅଭିଯୋଗ ପରେ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।