ଘୋଷଣା ହେଲା ପଦ୍ମ ପୁରସ୍କାର, ଓଡ଼ିଶାରୁ ଜଣଙ୍କୁ ପଦ୍ମବିଭୂଷଣ, ୫ଜଣଙ୍କୁ ପଦ୍ମଶ୍ରୀ
ନୂଆଦିଲ୍ଲୀ ୨୫।୦୧: କେନ୍ଦ୍ର ସରକାର ଚଳିତ ବର୍ଷ ପାଇଁ ପଦ୍ମ ପୁରସ୍କାରର ଘୋଷଣା କରିଛନ୍ତି । ୭ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ବିଭୂଷଣ ପୁରସ୍କାର, ୧୦ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୦୨ ଜଣ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନିତ କରାଯାଇଛି । ଏହି କ୍ରମରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରୁ ୬ ଜଣଙ୍କୁ ଏହି ଶୀର୍ଷ ସମ୍ମାନ ଲାଗି ମନୋନୀତ କରାଯାଇଛି।
ଓଡ଼ିଶାର ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ପଦ୍ମ ବିଭୂଷଣ ଲାଗି ମନୋନୀତ ହୋଇଥିବା ବେଳେ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରୁ ବିଶିଷ୍ଟ ସଂସ୍କୃତି ଗବେଷକ ରଜତ କୁମାର କର, ନନ୍ଦ ପୁଷ୍ଟି, ସମାଜ ସେବା କ୍ଷେତ୍ରରୁ ରାୟଗଡ଼ାର ବିଶିଷ୍ଟ ସମାଜସେବୀ ଶାନ୍ତି ଦେବୀ ଓ ଲୋକକଳା କ୍ଷେତ୍ରରୁ ପୂର୍ଣ୍ଣମାସୀ ଜାନି ଓ ଚିକିତ୍ସା କ୍ଷେତ୍ରରୁ ଡାକ୍ତର କୃଷ୍ଣମୋହନ ପାଠୀଙ୍କୁ ପଦ୍ମଶ୍ରୀ ଉପାଧି ଲାଗି ଚୟନ କରାଯାଇଛି।
କଳା, ଶିକ୍ଷା, ବିଜ୍ଞାନ, ଖେଳ, ସାମାଜିକ କାର୍ଯ୍ୟ, ଜନ ସେବା, ଔଷଧ, ସାହିତ୍ୟ ଇତ୍ୟାଦି କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥାଏ। ପଦ୍ମ ପୁରସ୍କାର ଭାରତ ସରକାରଙ୍କଦ୍ୱାରା ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯାଉଥିବା ଏକ ବେସାମରିକ ସମ୍ମାନ ।