୬ ଲକ୍ଷ ଟଙ୍କା ମୂଲ୍ଯର ବ୍ରାଉନସୁଗାର ଜବତ, ମହିଳାଙ୍କ ସମେତ ୪ ଗିରଫ

ଭଦ୍ରକ ୨୭।୧: ( ସୁନିଲ ଦତ୍ତ) ପୁଣି ଭଦ୍ରକରୁ ଜବତ ହେଲା ବ୍ରାଉନସୁଗାର । ଭଦ୍ରକ ପୋଲିସ ଆଜି ୬୧ ଗ୍ରାମର ବ୍ରାଉନସୁଗାର ଜବତ କରିଛି। ଏହି ମାମଲାରେ ସଂପୃକ୍ତ ଥିବା ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ପୋଲିସ ୨୨ଟି ମୋବାଇଲ ଓ ୩ଟି ବାଇକ ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୬ ଲକ୍ଷରୁ ଅଧିକ ଟଙ୍କା ହେବ।

ଗତ କିଛି ଦିନ ଧରି ଭଦ୍ରକ ଜିଲ୍ଲାରେ ନିଶା କାରବାର ବଢ଼ି ଯିବା ଘଟଣା ପୋଲିସର ମୁଣ୍ଡବିନ୍ଧାର କାରଣ ହୋଇଥିଲା। ନିଶା କାରବାରକୁ ରୋକିବା ପାଇଁ ପୋଲିସ ଏକ ଟିମ୍‌ ଗଠନ କରିଥିଲା। ଏହି ଟିମ୍‌ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରିଥିଲା। ସେହି କ୍ରମରେ ଆଜି ପୁଲିସ ୬୧ ଗ୍ରାମ ବ୍ରାଉନ୍‌ ସୁଗାର ଜବତ କରିଛି।

ଗତକାଲି ଭଦ୍ରକ-ଚାନ୍ଦବାଲି ରୋଡ୍‌ରେ ଏସଟିଏଫ ଚଢ଼ଉ କରି ୧ କେଜି ୧୪୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଥିଲା। ଯାହାର ଅନୁମାନିକ ମୂଲ୍ୟ ୧ କୋଟି ୧୪ ଲକ୍ଷ ଟଙ୍କା ହେବ। ଏହି ମାମଲାରେ ଏସ୍‌ଟିଏଫ୍‌ ମୀର ମୀନହାଜ କ୍ୱାଦ୍ରିଙ୍କୁ ଗିରଫ କରିଥିଲା। ଗତ ୨୩ ଦିନରେ ଏସଟିଏଫ ୨ କେଜି ୫୫୨ ଗ୍ରାମ ବ୍ରାଉନସୁଗାର ଓ ୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି।

Leave a Reply

Your email address will not be published. Required fields are marked *