ସ୍କୁଟିରେ ଆଣି ରାସ୍ତାକଡରେ ଫିଙ୍ଗିଦେଲେ ଛାତ୍ରୀଙ୍କ ମୃତଦେହ..

ଯାଜପୁର ୨୭।୧: ସ୍କୁଟିରେ ଆଣି ରାସ୍ତାକଡରେ ଫିଙ୍ଗିଦେଲେ ଛାତ୍ରୀଙ୍କ ମୃତଦେହ । ଯାଜପୁର-କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ପଞ୍ଚାୟତ ମୂଳାପାଳ ଦିଆଲଖଣ୍ଡି ରାସ୍ତା କଡରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ମୃତ ଛାତ୍ରୀ ଜଣକ ମୟୁରଭଂଜ ଜିଲ୍ଲାର ଯଶୀପୁର ଥାନା ଅନ୍ତର୍ଗତ ତରୁଣ୍ଡେଇପଶୀ ଗାଁର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ ନାୟକ ବୋଲି ଜଣାପଡିଛି । ସେ ରମାଦେବୀ କଲେଜରେ ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ରୀ ଥିବା ଜଣାପଡିଛି ।

ସୂଚନା ଅନୁସାରେ, ବୁଧବାର ସକାଳେ ଦୁଇ ଜଣ ଯୁବକ ମୃତ ଛାତ୍ରୀଙ୍କୁ ଏକ ସ୍କୁଟିରେ ନେଉଥିବା କିଛି ଲୋକ ଦେଖିଥିବା ଜଣାପଡିଥିଲା । ପରେ ସେହି ରାସ୍ତାକଡରୁ ଛାତ୍ରୀଙ୍କ ମୃତଦେହ ପଡିଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ଯୁବତୀଙ୍କ ମୃତଦେହ ପାଖରେ ଏକ ବ୍ୟାଗ୍ ମଧ୍ୟ ପଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇ କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ତେବେ ମୃତ ଛାତ୍ରୀଙ୍କ ପରିଚୟ ମିଳିଛି । ଛାତ୍ରୀ ଜଣଙ୍କ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ତରୁଣ୍ଡେଇ ପଶୀ ଗାଁର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ ନାୟକ ବୋଲି ଜଣାପଡିଛି । ସେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ରୀ ଥିଲେ । ଗତ ୨୪ ତାରିଖ ଦିନ ସେ ଘରୁ ବସ୍ ଯୋଗେ ଭୁବନେଶ୍ବର ଯାଇଥିଲେ । ବୁଧବାର ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଛାତ୍ରୀଙ୍କୁ କିଏ ଓ କାହିଁକି ହତ୍ୟା କଲା, ଏଠାରେ ତାଙ୍କ ମୃତଦେହ କିଏ ପକେଇଲା ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଉଦ୍ଧାର ଘଟଣାରେ ଏକ ସିସିଟିଭି ଫୁଟେଜ୍ ମଧ୍ଯ ସାମନାକୁ ଆସିଛି । ସିସିଟିଭି ଫୁଟେଜ୍‌ରେ ଦୁଇ ଜଣ ଯୁବକ ଏକ ସ୍କୁଟିରେ ବସାଇ ଛାତ୍ରୀଙ୍କୁ ନେଉଥିବା ଦେଖିବାକୁ ମିଳିଛି । ଜଣେ ଯୁବକ ଗାଡି ଚଲାଉଥିବା ବେଳେ ଆଉ ଜଣେ ଯୁବକ ମୃତ ଛାତ୍ରୀଙ୍କୁ ଧରି ବସିଥିବାର ସିସିଟିଭି ଫୁଟେଜ୍‌ରେ ରହିଛି । ଯାହାକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *