ମହିଳାଙ୍କୁ ପ୍ରେମ ପରେ ପ୍ରତାରଣା କରି ବନ୍ଧା ହେଲେ ପୋଲିସ ବାବୁ
ଭୂବନେଶ୍ବର ୨୭।୧: ମହିଳାଙ୍କୁ ପ୍ରେମ ପରେ ପ୍ରତାରଣା କରି କରି ଗିରଫ ହେଲେ ପୋଲିସ ବାବୁ । ପୋଲିସ ବାବୁ ଜଣ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଭୂଷଣ୍ଡପୁର ଫାଣ୍ଡିର ସବ୍ ଇନିସ୍ପେକ୍ଟର ଭାଗୀରଥି ଦାସ ।
ସୂଚନା ଅନୁସାରେ, ଭାଗୀରଥି ତାଙ୍କର ଜଣେ ସହପାଠୀ ଭୋଜିରେ ଜଣେ ବିବାହିତ ମହିଳାଙ୍କ ସହ ଦେଖା ହୋଇଥିଲା। ଦେଖାଚାହା ପରେ ଉଭୟ ଫୋନ୍ ନମ୍ୱର ଦିଆନିଆଁ ହୋଇଥିଲେ। ତାପରେ ଏସ୍ଆଇ ମହାଶୟ ନିୟମିତି ବାନ୍ଧବୀଙ୍କ ସହିତ ଫୋନ୍ରେ କଥା ହୋଇଥିଲେ। କଥାବାର୍ତ୍ତା ହେଉ ହେଉ ଉଭୟ ପରସ୍ପରକୁ ଭଲ ପାଇଥିଲେ। ଏପରିକି ସମ୍ପୃକ୍ତ ମହିଳା ନିଜ ପିଲା ସହ ରହୁଥିବା ଖୋର୍ଦ୍ଧାକୁ ଭାଗୀରଥି ଆସୁଥିଲେ। ବିବାହର ପ୍ରତିଶ୍ରୁତି ଦେଇ ଭାଗୀରଥି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ହେଲେ ଇତି ମଧ୍ଯରେ ଭାଗୀରଥିଙ୍କ ଅନ୍ଯ ସ୍ଥାନରେ ବାହାଘର ଠିକ୍ ହୋଇଥିଲା। ଏଥି ପାଇଁ ନିର୍ବନ୍ଧ ମଧ୍ୟ ସରିଥିଲା। ଏ ସମ୍ପର୍କରେ ମହିଳା ଜଣକ ଜାଣିବା ପରେ ଭାଗୀରଥିଙ୍କ ସହିତ ବିବାହ ପାଇଁ ନିର୍ବନ୍ଧ ହୋଇଥିବା ଯୁବତୀଙ୍କ ସହ ଯୋଗାଯୋଗ କରିଥିଲେ। ଆଉ ନିଜ ସହ ଘଟିଥିବା ପୂରା କାହାଣୀ ତାଙ୍କୁ ଜଣାଇଥିଲେ।
ଇତି ମଧ୍ଯରେ ମହିଳା ଜଣକ ଗର୍ଭବତୀ ଥିବାବେଳେ ସେ ପ୍ରେମ କରି ପ୍ରତାରଣା କରିଥିବା ଭାଗୀରଥୀଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତି କରି ଖୋର୍ଦ୍ଧା ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଗତ ୨୪ ତାରିଖରେ ସଦର ଥାନା ପୁଲିସ ଭାଗୀରଥିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏସ୍ଆଇଙ୍କୁ ଚାକିରିରୁ ମଧ୍ୟ ସସ୍ପେଣ୍ଡ କରାଯାଇଛି।