ଜଗନ୍ନାଥଙ୍କ ପୁଷ୍ୟାଭିଷେକ ଓ ରାଜାରାଣୀଙ୍କ ରାଜ୍ୟାଭିଷେକ ନୀତି ସମ୍ପନ୍ନ
ନୀଳଗିରି ୨୮/୦୧ : ( ସଂକେତ୍ ଟିଭି) ପୌଷ ପୂର୍ଣ୍ଣିମା ଅବସରରେ ଗୁରୁବାର ଦିନ ତୃତୀୟ ଶ୍ରୀକ୍ଷେତ୍ର ବାଲେଶ୍ବର ଜିଲ୍ଲା ନୀଳଗିରି ଜଗନ୍ନାଥ ମନ୍ଦିରରେ ତିନିଠାକୁରଙ୍କ ପୁଷ୍ୟାଭିଷେକ ନୀତି ସମାପନ ହୋଇଛି। ରୀତିନୀତିରେ ହୋମ ଯଜ୍ଞ ହୋଇ ଏହି ନୀତି ସମ୍ପନ୍ନ ହୋଇଛି। ସେହିପରି ନୀଳଗିରି ରାଜବାଟିରେ ରାଜ୍ୟାଭିଷେକ ନୀତି ଧୂମଧାମ ରେ ପାଳନ ହୋଇଛି । ପଞ୍ଚ ଦେବତା , ଶାସ୍ତ୍ରୀୟ ପୂଜାଅର୍ଚ୍ଚନା ପରେ ନୀଳଗିରି ରାଜା ଜୟନ୍ତ ଚନ୍ଦ୍ର ମର୍ଦରାଜ ହରିଚନ୍ଦନ ଓ ରାଣୀ ସାହେବା ମନୋଜା ମଞ୍ଜରୀ ଦେବୀଙ୍କୁ ଅଭିଷେକ କରାଯାଇଛି। ବ୍ରାହ୍ମଣ ଓ ପଣ୍ଡିତ ମାନେ ମହାରାଜା ରାଣୀଙ୍କୁ ଆଶୀର୍ବାଦ କରିଛନ୍ତି।
ପରମ୍ପରା ଓ ସମସ୍ତ ରୀତିନୀତି ଅନୁଯାୟୀ ପ୍ରଥମେ ମହାପ୍ରଭୁ ଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କୁ ଅଭିଷେକ ପରେ ରାଜା ଓ ରାଣୀଙ୍କୁ ରାଜ୍ୟାଭିଷେକ କରାଯାଇଛି। ଏହି ଅବସରରେ ମନ୍ଦିରର ସେବାୟତଙ୍କୁ ରାଜା ସାହେବ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ରାଜ ମହଲ ଚଳଚଞ୍ଚଳ ହୋଇଉଠିଥିଲା।