ବଜେଟରେ ବଡ ଘୋଷଣା : ବଦଳିବ ୨୦ ବର୍ଷ ପୁରୁଣା ବ୍ୟକ୍ତିଗତ ଯାନ

ନୂଆଦିଲ୍ଲୀ ୦୧।୦୨ :କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟରେ ସ୍ବେଚ୍ଛାକୃତ ଯାନବାହାନ ବଦଳ ନୀତି ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ନୀତି ଅନୁସାରେ ୧୫ ବର୍ଷରୁ ଅଧିକ ବର୍ଷ ପୁରୁଣା ବ୍ୟବସାୟିକ ଯାନ ଓ ୨୦ ବର୍ଷରୁ ଅଧିକ ବର୍ଷ ପୁରୁଣା ବ୍ୟକ୍ତିଗତ ଯାନକୁ ବଦଳାଯାଇପାରିବ ।

ଏହା ଦ୍ବାରା ପରିବେଶ ପ୍ରଦୂଷଣ ହ୍ରାସ ପାଇବା ସହ ଦେଶର ତୈଳ ଆମଦାନୀ ହ୍ରାସ ପାଇବ ବୋଲି ଅର୍ଥମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି । ପରବର୍ତ୍ତୀ କାଳରେ ଏହି ଯାନବାହାନ ବଦଳ ନୀତି ସମ୍ପର୍କରେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ଔପଚାରିକ ଘୋଷଣା କରାଯିବ ବୋଲି ସେ କହିଛନ୍ତି ।

ଗତ ୨୫ ତାରିଖରେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ସରକାରୀ ଯାନବାହାନ ବଦଳ ନୀତିକୁ ମଂଜୁରୀ ଦିଆଯାଇଥିଲା । ଆସନ୍ତା ୨୦୨୨, ଏପ୍ରିଲ ପହିଲାରୁ ଏହି ନୀତି କେବଳ କେନ୍ଦ୍ର ଓ ରାଜ୍ୟ ସରକାରୀ ଯାନବାହାନଗୁଡ଼ିକ ପାଇଁ ଲାଗୁ ହେବ । ପରବର୍ତ୍ତୀ କାଳରେ ବ୍ୟବସାୟିକ ଓ ବ୍ୟକ୍ତିଗତ ଗାଡ଼ି ପାଇଁ ଏହି ନୀତିକୁ ଲାଗୁ କରାଯିବ ।

Leave a Reply

Your email address will not be published. Required fields are marked *