ବାଇକ୍ ଚଲାଇ ୩୭ ହଜାର ଟଙ୍କାର ଫାଇନ୍ ଗଣିଲେ ନାବାଳକ

ପୁରୀ ୨।୨: ବାଇକ୍ ଚଲାଇ ମୋଟା ଅଙ୍କର ତଣ୍ଡ ଗଣିଛନ୍ତି ନାବାଳକ । ନାବାଳକ ଜଣଙ୍କ ଗାଡ଼ି ଚଳାଇବା ନେଇ ପୁରୀ ଟ୍ରାଇକ୍ ପୋଲିସ ୩୭ ହଜାର ଟଙ୍କା ଫାଇନ୍ କାଟିଥିବା ଜଣାପଡିଛି ।

ସୂଚନା ଅନୁସାରେ, ନାବାଳକ ଜଣକ ଗାଡି ଚଳାଇ ଯାଉଥିବା ବେଳେ ପୁରୀ ଡ଼ାକ୍ତରଖାନା ଛକ ଟ୍ରାଫିକ ପୋଷ୍ଟରେ ଧରାପଡ଼ିଥିଲେ । ଏନେଇ ଟ୍ରାଫିକ୍ ପୋଲିସ ଆରଟିଓଙ୍କୁ ଜଣାଇବା ପରେ ଆରଟିଓ ବିଭାଗର ଟ୍ରାଫିକ୍ ଏଏସଆଇ ଉକ୍ତ ନାବାଳକଙ୍କଠାରୁ ବାଇକ୍ ଜବତ କରିଥିଲେ । ଏହା ସହିତ ନାବାଳକ ଜଣଙ୍କ ଗାଡ଼ି ଚଳାଇବା ନେଇ ୨୫ ହଜାର ଟଙ୍କା ଫାଇନ୍ କଟାଯାଇଥିବା ବେଳେ ପଲ୍ୟୁସନ ସାର୍ଟିଫିକେଟ୍ ନଥିବା ଯୋଗୁଁ ୧୦ ହଜାର, ଇନ୍ସ୍ୟୁରାନ୍ସ ନଥିବା ଯୋଗୁଁ ୨ ହଜାର ଟଙ୍କା ଫାଇନ୍ କଟାଯାଇଛି। ମୋଟ୍ ୩୭ ହଜାର ଟଙ୍କା କୋର୍ଟରେ ଡ଼ିପୋଜିଟ୍ କଲେ ନାବାଳକଙ୍କ ଅଭିଭାବକ ଉକ୍ତ ବାଇକ୍ ଆରଟିଓ ଠାରୁ ପାଇପାରିବେ ବୋଲି ଟ୍ରାଫିକ୍ ଆଇଆଇସି ଗୋକୁଳ ରଂଜନ ଦାସ କହିଛନ୍ତି । ଏହାସହିତ ନାବାଳକଙ୍କ ନାଁ ଆରଟିଓ ଡ଼ାଟାବେସ୍ ସିଷ୍ଟମରେ ଏଣ୍ଟ୍ରି ହୋଇଥିବା ବେଳେ ୧୮ ବର୍ଷ ବଦଳରେ ୨୫ ବର୍ଷ ବୟସ ଯାଏଁ ତାକୁ ଡ଼ିଏଲ ମିଳିପାରିବ ନାହିଁ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *