କେବେ ଦେଖିନଥିବେ ଏମିତି ବାହାଘର..ଘୋଡା ଚଢି ବାଜା ରୋଷଣୀ ସହ ବର ଘରକୁ ପହଞ୍ଚିଲେ କନ୍ଯା

ଭୋପାଲ ୦୬।୦୨: ଘୋଡାରେ ଚଢି ବରଘରକୁ କନ୍ଯାଯାତ୍ରୀ ନେଇ କନିଆ । ଏମିତି କିଛି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ସତନାରେ। ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ, ସତନା କୃଷ୍ଣନଗର ଅଂଚଳର ବଲେଜା ପରିବାରର ଏକମାତ୍ର ଝିଅ ଦୀପାର କୋଟାରେ ରହୁଥିବା ଜଣେ ଯୁବକଙ୍କ ସହିତ ବାହାଘର ସ୍ଥିର ହୋଇଥିଲା । ଦୀପାଙ୍କର ଛୋଟଟି ଦିନରୁ ନିଜ ବାହାଘରରେ ବର ବଦଳରେ ସେ ଘୋଡାରେ ବସିବେ ବୋଲି ଇଚ୍ଛା ରଖିଥିଲେ । ଦୀପାଙ୍କର ଏହି ଇଚ୍ଛାକୁ ତାଙ୍କ ଭାଇମାନେ ପୁରଣ କରିଥିଲେ । ବେଣ୍ଡବାଜା, କନ୍ଯାଯାତ୍ରୀ, ବାଣ ଓ ରୋଷଣୀ ସହିତ ବେଶ୍ ଧୁମଧାମର ସହିତ ଶୁକ୍ରବାର ଦିନ ଦୀପା ଘୋଡା ଚଢି ବର ଘରକୁ ଯାଇଥିଲେ । ବଡ଼ ଧୁମ୍‌ଧାମର ସହିତ କନ୍ୟାଯାତ୍ରୀ ସତନାଠାରୁ କୋଟାକୁ ବରର ଘରକୁ ଯାଇଥିଲା।

ତେବେ ଘୋଡା ଚଢି ବର ଘରକୁ ଯାଇ କନ୍ଯା କହିଛନ୍ତି ଯେ, ସେ ପୁଅ ଏବଂ ଝିଅ ମଧ୍ଯରେ କୌଣସି ତଫାତ୍ । ସମାଜରେ ଯେତିକି ଅଧିକାର ପୁଅମାନଙ୍କର ଅଛି ସେତିକି ଝିଅମାନଙ୍କୁ ମଧ୍ୟ ଦିଆଯିବା ଉଚିତ୍। ଏହି ବାର୍ତ୍ତା ଦେବା ପାଇଁ ସେ କନ୍ଯାଯାତ୍ରୀଙ୍କୁ ନେଇ ଧୁମଧାମର ସହିତ ସେ ନିଜେ ଘୋଡା ଚଢି ବରଘରକୁ ଯାଇଥିଲେ ବୋଲି ଦୀପା କହିଛନ୍ତି ।

Leave a Reply

Your email address will not be published. Required fields are marked *