ସାଇକେଲରେ ବୁଲି ସଫେଇ କାମ ତଦାରଖ କଲେ ବିଧାୟକ ଓ ଉପଜିଲ୍ଲାପାଳ

ବାଲେଶ୍ବର,୮।୨: ( ସଂକେତ୍ ଟିଭି) ବାଲେଶ୍ବର ସହରର ପରିମଳ ବ୍ଯବସ୍ଥାରେ ସୁଧାର ଆସୁଥିବାବେଳେ ଏଥିରେ ପୌର ନିର୍ବାହୀ ଅଧିକାରୀ ଦାୟିତ୍ବରେ ଥିବା ଉପଜିଲ୍ଲାପାଳ ପାଟିଲ ଆଶିଷ ଇଶ୍ବରଙ୍କ ପ୍ରମୁଖ ଭୂମିକା ରହିଛି । ସେ ବିଧାୟକ ସ୍ବରୂପ କୁମାର ଦାସଙ୍କ ସହିତ ଗୁରୁବାର ରାତିରେ ସାଇକେଲରେ ବୁଲି ସଫେଇ କାର୍ଯ୍ଯର ତଦାରଖ କରିଥିଲେ । ଏହି ତଦାରଖ ସମୟରେ ପୌରପାଳିକାର ସଫେଇ କର୍ମଚାରୀମାନେ ସଫେଇ କରୁଥିବା ଦେଖିବାକୁ ମିଳିଥିଲା । କନଭେଣ୍ଟ ସ୍କୁଲ, ଗୋଳାପୋଖରୀ, ହେମକାପଦା ଛକ ପାଖରେ ସଫେଇ ହେଉଥିବା ଦେଖିବାକୁ ପାଇଥିଲେ । ଦୁଇ ଜଣ ଫାଣ୍ଡିଛକ ପାଖରୁ ବାହାରି ସିନେମା ଛକ, ହେମକାପଦା ଛକ, ପୌର ପରିଷଦ, ଟାଉନଥାନା ଦେଇ ସିନେମା ଛକରେ ପହଂଚିଥିଲେ । ସେଠାରୁ ପୁଣି ନୂଆବଜାର ଛକ ଯାଏ ପହଞ୍ଚି ଘରକୁ ଫେରିଥିଲେ । ଏହି ତଦାରଖ ସମୟରେ ଉପଜିଲ୍ଲାପାଳ ଓ ବିଧାୟକଙ୍କ ସହିତ ପୌରପରିଷଦର ସାନିଟାଇଜ୍ ଇନିସପେକ୍ଟରମାନେ ଉପସ୍ଥିତ ଥିଲେ ।

ଗତ ବର୍ଷ ମାର୍ଚମାସରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସାଇକେଲରେ ବ୍ରହ୍ମପୁର ସହର ବୁଲି ସଫେଇ କାର୍ଯ୍ଯର ତଦାରଖ କରିଥିଲେ । ଏହି ଖବର ବିଭିନ୍ନ ଗଣମାଧ୍ଯମରେ ପ୍ରକାଶ ପାଇଥିଲା ।

Leave a Reply

Your email address will not be published. Required fields are marked *