ଚେନ୍ନାଇ ଟେଷ୍ଟ ଜିତିବାକୁ ଭାରତକୁ ଦରକାର ୩୮୧ ରନ୍, ଇଂଲଣ୍ଡକୁ ୯ ଓ୍ବିକେଟ

ଚେନ୍ନାଇ, ୦୮/ ୦୨: ଚେନ୍ନାଇରେ ଭାରତ ଏବଂ ଇଂଲଣ୍ଡ ମଧ୍ଯରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ଜିତିବାକୁ ହେଲେ ଭାରତୀୟ ଦଳକୁ ୪୨୦ ରନର ଲକ୍ଷ୍ୟ ପୂରଣ କରିବାର ଅଛି। ୪ର୍ଥ ଦିନ ଖେଳ ଶେଷ ସୁଦ୍ଧା ଟିମ୍‌ ଇଣ୍ଡିଆ ଗୋଟିଏ ଓ୍ବିକେଟ ହରାଇ ୩୯ ରନ୍‌ କରିଛି। ଶୁବମନ୍‌ ଗିଲ୍‌ ୧୫ ଓ ଚେତେଶ୍ବର ପୂଜାରା ୧୨ ରନ୍‌ କରି ନଟ୍‌ ଆଉଟ୍‌ ଅଛନ୍ତି। ରୋହିତ ଶର୍ମା ଏକମାତ୍ର ବ୍ୟାଟସମ୍ୟାନ୍‌ ଭାବେ ୧୨ ରନ କରି ପ୍ୟାଭିଲିଅନ୍‌ ଫେରିଛନ୍ତି।

ଆସନ୍ତାକାଲି ଚେନ୍ନାଇ ଟେଷ୍ଟର ଶେଷ ଦିନରେ ଭାରତକୁ ଆଉ ୩୮୧ ରନ୍‌ ଦରକାର ଥିବାବେଳେ ଇଂଲଣ୍ଡ ଦଳକୁ ବିଜୟ ପାଇଁ ଆଉ ୯ ଓ୍ବିକେଟ ଦରକାର ରହିଛି। ଏହା ପୂର୍ବରୁ ଇଂଲଣ୍ଡ ଦ୍ଵିତୀୟ ଇନିଂସରେ ୧୭୮ ରନରେ ଅଲଆଉଟ୍ ହୋଇଥିଲା। ପ୍ରଥମ ଇନିଂସରେ ୨୪୧ ରନ ଅଗ୍ରଣୀ ଭିତ୍ତିରେ ଭ୍ରମଣକାରୀ ଦଳ ଭାରତ ସମ୍ମୁଖରେ ୪୨୦ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି। ଏବେ ସୁଦ୍ଧା ଇଂଲଣ୍ଡ ସୁବିଧା ଜନକ ସ୍ଥିତିରେ ରହିଥିବାବେଳେ ଭାରତ ଏହି ଟେଷ୍ଟ ମ୍ଯାଚକୁ ବିଜୟ କିମ୍ବା ଡ୍ର କରିବା ପାଇଁ ଚେଷ୍ଟା କରିବ ।

Leave a Reply

Your email address will not be published. Required fields are marked *