ଭିନ୍ନକ୍ଷମତାର ଅକ୍ଷମତା ଆଗରେ ଫିକା ପଡ଼ିନି ପ୍ରେମ

ସୋର ୧୪/୦୨ : ( ସଂକେତ୍ ଟିଭି) ପ୍ରଥମେ ଆଖିରେ ଠରା ଠରି ପରେ ମୋବାଇଲ୍ ନମ୍ବର ଦିଆ ନିଆ, ତାପରେ ଚାଟିଂ ଏବଂ ଆଉ ପରେ ବାହାଘର । ପ୍ରେମ ସତ୍ୟ, ଶାଶ୍ୱତ, ଚିରନ୍ତନ । ଏହାର ପ୍ରମାଣ କରି ଦେଖାଇଛନ୍ତି ନିଆରା ପ୍ରେମ ଯୋଡ଼ି, ଉଭୟ ପ୍ରେମିକ ଏବଂ ପ୍ରେମିକା ଭିନ୍ନକ୍ଷମ ସତ, ହେଲେ ଭଲ ପାଇବା ହାର ମାନିଛି ଭିନ୍ନକ୍ଷମର ଅକ୍ଷମତା । ପ୍ରଥମେ ପ୍ରେମ ଏବଂ ପରେ ବିବାହ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ।

ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଅସିମିଳା ଗ୍ରାମର ସ୍ବର୍ଗତ ତ୍ରୈଲୋକ ମଲିକ ଏବଂ ମାତା ମିନତି ମଲିକଙ୍କ ଜ୍ୟେଷ୍ଠ ପୁତ୍ର ପତିତପାବନ ଜନ୍ମରୁ ମୁକ ବଧିର ହୋଇଥିବା ବେଳେ ଭୁବନେଶ୍ବରରେ ଏକ ମୁକ ବଧିର ବିଦ୍ୟାଳୟରେ +୨ ପର୍ଯ୍ୟନ୍ତ ପାଠ ପଢିବା ପରେ ବାହାର ରାଜ୍ୟରେ ରହି ପଥର କାମ କରିବା ସାଙ୍ଗକୁ ଲୁହା ଓଲ୍ଡିଂ କାମ ମଧ୍ୟ କରୁଥିଲେ । ତେବେ ଏହାରି ଭିତରେ ଭୁବନେଶ୍ବରରେ ରହୁଥିବା ସୋର ଥାନା ମାଖନପୁର ଅଞ୍ଚଳର ଦୈତାରି ନାୟକଙ୍କ ଝିଅ ସସ୍ମିତାଙ୍କ ସହ ଦେଖା ହୋଇଥିଲା । ପ୍ରଥମେ ଆଖିରେ ଉଭୟ ଦିବ୍ୟାଙ୍ଗଙ୍କ ଠରା ଠରି ପରେ ମୋବାଇଲ ନମ୍ବର ଦିଆ ନିଆ ଏବଂ ପରେ ମେସେଜରେ ଚାଟିଂ ମାଧ୍ୟମରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଉଭୟଙ୍କ ପରିବାର ଦୁଇଜଣଙ୍କ ଭଲପାଇବା ବିଷୟରେ ଜାଣିବା ପରେ ଦୁଇ ଦିବ୍ୟାଙ୍ଗଙ୍କ ବିବାହ କରିଥିଲେ ଉଭୟ ପରିବାର । ବରଯାତ୍ରୀଙ୍କ ସହିତ ବୈଦିକ ରିତିରେ ସମ୍ପନ୍ନ ହୋଇଥିଲା ବିବାହ । ଆଜିର ଯୁବ ସମାଜ ପ୍ରେମକୁ ବାସ୍ତବତା ରୂପ ଦେବାରେ ଅକ୍ଷମ ହେଉଥିବା ବେଳେ ଉଭୟ ଭିନ୍ନକ୍ଷମ ପତିତପାବନ ଏବଂ ସସ୍ମିତା ଉଭୟଙ୍କୁ ନିଚ୍ଛକ ପ୍ରେମକୁ ସତ ପ୍ରମାଣିତ କରି ସାରା ସମାଜକୁ ଏକ ଉଦାହରଣ ସୃଷ୍ଟି କରିଛିନ୍ତି । ପ୍ରେମ ସପ୍ତାହକୁ ଆଜିର ଯୁବପିଢ଼ି ଖୁବ ଧୁମଧାମରେ ପାଳନ କରୁଥିବା ବେଳେ ଭିନ୍ନକ୍ଷମ ପ୍ରେମ ଯୋଡ଼ି କଥା ହୋଇପାରନ୍ତିନି ସତ, କାନକୁ ସୁଭା ହୁଏନି ସତ, ହେଲେ, ଏହି ପ୍ରେମ ଦିବସର ଆଜି ଭାଲେଣ୍ଟାଇନ ଡେ ରେ ଆଖିରେ ଆଖିରେ, ହାତର ଠାରରେ ପ୍ରେମର ପରିଭାଷାକୁ ଉଭୟ ଉଭୟଙ୍କୁ ଜାଣନ୍ତି ଉଭୟ ପ୍ରେମୀ ଯୁଗଳ ।

Leave a Reply

Your email address will not be published. Required fields are marked *