୫୦ ଟଙ୍କା ବଢ଼ିଲା ଗ୍ୟାସ୍ ସିଲିଣ୍ଡର ଦାମ୍

ନୂଆଦିଲ୍ଲୀ, ୧୪/୦୨: ସୋମବାରଠାରୁ ୧୪.୨ କେଜିର ରନ୍ଧନ ଗ୍ୟାସ୍ ସିଲିଣ୍ଡର ଦାମ୍ ୫୦ ଟଙ୍କା ବଢ଼ିଛି । ଏହି ବର୍ଦ୍ଧିତ ଦର ସୋମବାର ମଧ୍ୟରାତ୍ରିରୁ ଲାଗୁ ହେବ । ଦର ବଢ଼ିବା ପରେ ସିଲିଣ୍ଡରର ଦାମ ରହିବ ୭୬୯ ଟଙ୍କା । ତେବେ, ସିଲିଣ୍ଡରରେ ଏହି ଦର ବୃଦ୍ଧି ଦିଲ୍ଲୀରେ ହୋଇଛି । ଏହା ପୂର୍ବରୁ ଦିଲ୍ଲୀରେ ଗୋଟିଏ ଘରୋଇ ସିଲିଣ୍ଡରର ଦାମ୍ ୬୯୪ ଟଙ୍କାରୁ ବୃଦ୍ଧି କରାଯାଇ ୭୧୯ ଟଙ୍କା କରାଯାଇଥିଲା । ଏବେ ଓଡ଼ିଶାରେ ଏଲପିଜି ସିଲିଣ୍ଡର ଦାମ୍ ୭୪୫ ଟଙ୍କା ୫୦ ପଇସା ରହିଛି । ସୂଚନା ଯୋଗ୍ୟ, ପ୍ରତିମାସ ୧ ତାରିଖରେ ଏଲପିଜି ଦର ପରିବର୍ତ୍ତନ ହୋଇଥାଏ ।

ଏହି ଦରବୃଦ୍ଧିକୁ ମିଶାଇ ତେଲ କମ୍ପାନିମାନେ ଗତ ୧୫ ଦିନ ମଧ୍ୟରେ ଏଲପିଜି ଦର ୨ ଥର ବଢାଇସାରିଲେଣି । ଏହା ପୂର୍ବରୁ ଚଳିତ ମାସ ୪ ତାରିଖରେ ତୈଳ କମ୍ପାନିମାନେ ଏଲପିଜି ସିଲିଣ୍ଡର ଦର ୨୫ ଟଙ୍କା ବୃଦ୍ଧି କରିଥିଲେ ।

ଗୋଟିଏ ପଟେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଓ ଏବେ ଏଲପିଜିର ଦର ବୃଦ୍ଧି ସାଧାରଣ ଖାଉଟିଙ୍କୁ ଅଧିକ ବିଚଳିତ କରିବାର ସମ୍ଭାବନା ରହିଛି । ତେଲ କମ୍ପାନିମାନେ ପେଟ୍ରୋଲ ଲିଟର ପିଛା ୨୯ ପଇସା ଓ ଡିଜେଲ ଲିଟର ପିଛା ୩୨ ପଇସା ବୃଦ୍ଧି କରିଛନ୍ତି ।

Leave a Reply

Your email address will not be published. Required fields are marked *