ଦ୍ୱିତୀୟ ଟେଷ୍ଟ୍ : ଇଂଲଣ୍ଡ ବିପକ୍ଷରେ ୩୧୭ ରନରେ ଭାରତର ଦମଦାର ବିଜୟ

ଚେନ୍ନାଇ, ୧୬|୦୨ : ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ଦମଦାର ବିଜୟ ହାସଲ କରିଛି । ୩୧୭ ରନରେ ଇଂଲଣ୍ଡକୁ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ପରାଜିତ କରିଛି ଭାରତ । ଭାରତ ପକ୍ଷରୁ ଅକ୍ଷର ପଟେଲ୍ ୫ଟି , ଆର ଅଶ୍ୱିନ ୩ଟି ଓ କୁଳଦୀପ ଯାଦବ ଦୁଇଟି ଓ୍ୱିକେଟ୍ ନେଇଥିଲେ ।

ମ୍ୟାଚର ତୃତୀୟ ଦିନରେ ରବିଚନ୍ଦ୍ରନ୍ ଅଶ୍ୱୀନଙ୍କ ଦମଦାର ୧୦୬ ରନ୍ ଓ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୨୮୬ ରନ୍ କରି ଅଲଆଉଟ୍ ହୋଇଥିଲା। ଇଂଲଣ୍ଡ ଆଗରେ ଭାରତ ୪୮୨ ରନର ବିଶାଳ ଲକ୍ଷ୍ୟ ଛିଡ଼ା କରିଥିଲା। ଏହି ଲକ୍ଷ୍ୟର ପିଛା କରି ଇଂଲଣ୍ଡ ତୃତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ୩ ୱିକେଟ୍ ହରାଇ ୫୩ ରନ୍ କରିଥିଲା। ମ୍ୟାଚର ଚତୁର୍ଥ ଦିନରେ ଭାରତ ବାକି ସାତଟି ଓ୍ବିକେଟ୍ ହାସଲ କରିଥିଲା । ଏହି ବିଜୟ ସହିତ ଭାରତ ଓ ଇଂଲଣ୍ଡ ମଧ୍ଯରେ ଚାଲିଥିବା ଚାରି ଟିକିଆ ଟେଷ୍ଟ ସିରିଜ ଏବେ ଭାରତ ୧-୧ ସ୍ତରକୁ ଆଣିଛି । ଏହି ସିରିଜର ଆଉ ଦୁଇଟି ମ୍ଯଚ ଅଛି । ଏହି ଦୁଇଟି ମ୍ଯାଚ ଅହମଦାବାଦରେ ୨୪ଫେବୃଆରୀ ଏବଂ ୪ ମାର୍ଚରେ ଆରମ୍ଭ ହେବ ।

Leave a Reply

Your email address will not be published. Required fields are marked *