ପୁଣି ପ୍ରବଚନ ଦେବେ ସାରଥୀ, ହାଇକୋର୍ଟ ଦେଲେ ଅନୁମତି

ଭୁବନେଶ୍ବର ୧୬।୨ : ପୁଣି ପ୍ରବଚନ ଦେବେ ସାରଥି। ଏଥିପାଇଁ ହାଇକୋର୍ଟ ତାଙ୍କୁ ଅନୁମତି ପ୍ରଦାନ କରିଛନ୍ତି । କୋଭିଡ଼ କଟକଣା ମାନି ସେ ସର୍ବାଧିକ ୨ଶହ ଲୋକଙ୍କୁ ନେଇ ପ୍ରବଚନ ଦେଇପାରିବେ। ସାରଥୀଙ୍କର ଏବେବି ବହୁ ସଂଖ୍ଯାରେ ଅନୁଗାମୀ ଅଛନ୍ତି ଯେ ଯେଉଁମାନେ କି ତାଙ୍କ ଠାରୁ ପଦେ ଶୁଣିବା ପାଇଁ ଅପେକ୍ଷା କରିଛନ୍ତି ।

ସୂଚନା ଅନୁସାରେ, ଜଣେ ଛାତ୍ରୀଙ୍କ ସହ ସଂପର୍କକୁ ନେଇ ସାରଥୀ ଚର୍ଚ୍ଚାକୁ ଆସିଥିଲେ। ତେବେ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ଓ ଭକ୍ତଙ୍କୁ ପ୍ରଲୋଭିତ କରିବା ଅଭିଯୋଗରେ ସାରଥିଙ୍କୁ 2015 ମସିହାରେ ଗିରଫ କରାଯାଇଥିଲା। କେନ୍ଦ୍ରାପଡ଼ା ଆଶ୍ରମ ଅନ୍ତେବାସୀ ମାଆ ଝିଅ ଓ ଜଣେ ଡାକ୍ତରୀ ଛାତ୍ରୀଙ୍କ ପକ୍ଷରୁ ସାରଥିଙ୍କ ବିରୋଧରେ ସେତେବେଳେ ୩ଟି ମାମଲା ଦାୟର ହୋଇଥିଲା।

୨୦୧୫ ମସିହାଠାରୁ ଜେଲରେ ଥିବା ସାରଥି୍ଙ୍କୁ ୨ଟିରେ ସୁପ୍ରିମକୋର୍ଟ ସାରଥିଙ୍କୁ ଜାମିନ ଦେଇଥିବା ବେଳେ ଗୋଟିଏରେ ହାଇକୋର୍ଟ ଜାମିନ ଦେଇଥିଲେ। ହାଇକୋର୍ଟ ଜାମିନ ଦେବା ବେଳେ ସାରଥିଙ୍କ ପାଇଁ ୪ଟି ସର୍ତ୍ତ ରଖିଥିଲେ। ସର୍ତ୍ତ ଗୁଡ଼ିକ ହେଲା ସାରଥି କେନ୍ଦ୍ରାପଡ଼ା ଯିବେ ନାହିଁ, ପ୍ରବଚନ ଦେବେ ନାହିଁ, ରାଜ୍ୟ ବାହାରକୁ ଗଲେ ପୋଲିସକୁ ଜଣାଇବେ। ଯେଉଁଠି ରହିବେ ସେଠାକାର ତଥ୍ୟ ପୋଲିସକୁ ଦେବେ।

୨୫ ତାରିଖରେ ସାରଥି ଚୌଦ୍ୱାର ସର୍କଲ ଜେଲରୁ ବାହାରିଥିଲେ । ତେବେ ପ୍ରବଚନ ଦ୍ୱାରା ଗୁଜୁରାଣ ମେଣ୍ଟାଉଥିବା ଦର୍ଶାଇ ସାରଥୀ ପ୍ରବଚନ ପାଇଁ ଅନୁମତି ଦେବାକୁ ସାରଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ରଖିଥିବା ୩ଟି ସର୍ତ୍ତକୁ କୋହଳ କରିବାକୁ ସାରଥି ତାଙ୍କ ଆବେଦନରେ ଦର୍ଶାଇଛନ୍ତି ।

ତେବେ ସାରଥିଙ୍କୁ ପ୍ରବଚନ ଦେବାକୁ ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ସର୍ବାଧିକ ୨ଶହ ଲୋକଙ୍କୁ ନେଇ ଦେଇପାରିବେ ପ୍ରବଚନ। କୋଭିଡ଼ କଟକଣା ମାନି ପ୍ରବଚନ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *