ଭାରତରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ୍ କରୋନା ଭାଇରସ, ୪ ସଂକ୍ରମିତ

ନୂଆଦିଲ୍ଲୀ, ୧୬।୨ : ମହାମାରୀ କୋରୋନାର ନୂଆ ଷ୍ଟ୍ରେନ ଭାରତରେ ଚିହ୍ନଟ ହୋଇଛି । ଚାରିଜଣ ଦକ୍ଷିଣ ଆଫ୍ରିଆ ଫେରନ୍ତାଙ୍କ ଠାରେ ନୂଆ କୋଭିଡ ଷ୍ଟ୍ରେନ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ଭାରତରେ ଚାରି ଜଣଙ୍କଠାରେ କୋଭିଡ-19ର ଦକ୍ଷିଣ ଆଫ୍ରିକୀୟ ଷ୍ଟ୍ରେନ ଚିହ୍ନଟ ହୋଇଛି । ସମସ୍ତ ଯାତ୍ରୀଙ୍କ ଓ ସେମାନଙ୍କ ସଂସ୍ପର୍ଷରେ ଆସିଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇଛି । ଏମାନଙ୍କ ନମୁନା ପରୀକ୍ଷା ପରେ କ୍ବାରେଣ୍ଟାଇନରେ ରଖାଯାଇଥିବା ଆଇସିଏମଆର ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ଫେବୃଆରୀ ପ୍ରଥମ ସପ୍ତାହରେ ବ୍ରାଜିଲର ଷ୍ଟ୍ରେନ SAS-CoV-2 ମଧ୍ୟ ଗୋଟିଏ ମାମଲା ସାମ୍ନାକୁ ଆସିଥିଲା । ଭାଇରସର ଷ୍ଟ୍ରେନକୁ ସଫଳତାର ସହିତ ଆଇସୋଲେଟ କରାଯାଇ ଏହାକୁ ପୁଣେ ଆସିଏମଆରରେ ପରୀକ୍ଷା କରାଯାଉଥିବା ଜଣାପଡିଛି । ତେବେ ଏହି ଭ୍ୟାକ୍ସିନ କେତେ ଦୂର ଏହି ଷ୍ଟ୍ରେନର ମୁକାବିଲା କରିପାରିବ ଏନେଇ ପରୀକ୍ଷା ହେଉଛି ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର)ର ଡ. ବଲରାମ ଭାର୍ଗବ କହିଛନ୍ତି, କରୋନା ଭାଇରସ୍‌ର ବ୍ରାଜିଲ ଭେରିଏଣ୍ଟ ଫେବୃଆରୀ ପ୍ରଥମ ସପ୍ତାହରେ ଚିହ୍ନଟ ହୋଇଥିଲା। ପୁଣେରେ ଆଇସିଏମଆରର ଲ୍ୟାବ୍‌ରେ ଭାଇରସ୍‌ର ଷ୍ଟ୍ରେନକୁ ସଫଳତାପୂର୍ବକ ଅଲଗା କରାଯାଇଛି। ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲରୁ ଆସିଥିବା ଷ୍ଟ୍ରେନ ୟୁକେରୁ ମିଳିଥିବା ଷ୍ଟ୍ରେନଠୁ ଭିନ୍ନ ରହିଛି। ଏହି ନୂତନ ଷ୍ଟ୍ରେନ ବିରୋଧରେ ଟିକା କେତେ ପ୍ରଭାବଶାଳୀ ଏହାର ଯାଞ୍ଚ କରାଯାଉଛି।

ଭାର୍ଗବ ଏହା ମଧ୍ୟ କହିଛନ୍ତି, ୟୁକେରୁ ମିଳିଥିବା ଷ୍ଟ୍ରେନ ଭାରତରେ ଏ ପର୍ଯ୍ୟନ୍ତ ୧୮୭ ଜଣଙ୍କଠାରେ ଚିହ୍ନଟ କରାଯାଇଛି। ସମସ୍ତଙ୍କୁ କ୍ଵାରେଣ୍ଟାଇନ୍‌ କରାଯାଇ ଚିକିତ୍ସା କରାଯାଉଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେଟ୍ କରାଯାଇଛି।

Leave a Reply

Your email address will not be published. Required fields are marked *