ରିଲିଜ୍ ହେବା ମାତ୍ରେ ଧୁମ୍ ମଚାଉଛି ଇମରାନ୍ ହାସମୀଙ୍କ ‘ଲୁଟ୍ ଗୟେ’, ଦେଖନ୍ତୁ ଭିଡିଓ
ମୁମ୍ବାଇ ୧୭।୨: ଅଭିନେତା ଇମରାନ୍ ହାସମୀ ଅଭିନୀତ ମ୍ଯୁଜିକ ଭିଡିଓ ‘ଲୁଟ୍ ଗୟେ’ ବୁଧବାର ରିଲିଜ ହୋଇଛି। ଏହି ଗୀତରେ ଇମରାନଙ୍କ ସହ ନଜର ଆସୁଛନ୍ତି ଯୁକ୍ତି ଥରେଜା ।
ମାତ୍ର କିଛି ଘଣ୍ଟା ମଧ୍ୟରେ ସୋସିଆଲ ମିଡିଆରେ ଗୀତଟି ଧୁମ୍ ମଚାଇବାରେ ଲାଗିଛି। ଟି-ସିରିଜ୍ର ଏହି ରୋମାଣ୍ଟିକ ଗୀତକୁ ତନିଷ୍କ ବାଗଚୀ କମ୍ପୋଜ୍ କରିଛନ୍ତି। ମନୋଜ ମୁନ୍ତସିର ଏହାକୁ ଲେଖିଥିବା ବେଳେ ଲୋକପ୍ରିୟ ଜୁବିନ ନୈାଟିୟାଲ ଏହାକୁ ଗାଇଛନ୍ତି।
ଗୀତରେ ଇମରାନ୍ ଗ୍ୟାଙ୍ଗଷ୍ଟର ଭୂମିକାରେ ଅଛନ୍ତି। ଯୁକ୍ତି ତାଙ୍କୁ ପ୍ରେମ କରୁଛନ୍ତି। ହେଲେ ପରିବାର ଲୋକେ ସମ୍ପର୍କକୁ ଗ୍ରହଣ କରୁନାହାନ୍ତି। ଏହାପରେ ନାୟିକାଙ୍କ ଦେହରେ ଗୁଳି ବାଜି ତାଙ୍କର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି।
ଟି-ସିରିଜର ମାଲିକ ଭୂଷଣ କୁମାର ଏବଂ ଇମ୍ରାନ ହାସମୀ ପୂର୍ବରୁ ମଧ୍ଯ ବହୁ ଭିଡିଓ କରିଛନ୍ତି । ଭୂଷଣ ଏହି ଅବସରରେ କହିଛନ୍ତି ଯେ ଇମ୍ରାନ ହାସମୀ ତାଙ୍କ ଅଭିନୀତ ରୋମାଣ୍ଟିକ ଭିଡିଓକୁ ଏକ ନୂଆ ସ୍ତରକୁ ନେଇଯାଇଥାନ୍ତି । ସେ ସୁନ୍ଦର ଭାବରେ ପ୍ରେମକୁ ଉପସ୍ଥାପନ କରିଥାନ୍ତି । ଲୁଟ୍ ଗୟେରେ ସେ ଯେମିତି ଅଭିନୟ କରିଛନ୍ତି , ସେମିତି କୌଣସି ଅନ୍ଯ ଅଭିନେତା କରିପାରିନଥାନ୍ତେ ବୋଲି ସେ କହିଛନ୍ତି ।.. ଦେଖନ୍ତୁ ସେହି ମ୍ଯୁଜିକ ଭିଡିଓ…